
ଲକ୍ଷ୍ନୌ, ୧୪ ଅପ୍ରେଲ (ହି.ସ.)- ବହୁଜନ ସମାଜ ପାର୍ଟି (ବି.ଏସ୍.ପି.) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ସକାଳେ ଲକ୍ଷ୍ନୌସ୍ଥିତ ବି.ଏସ୍.ପି. କେନ୍ଦ୍ରୀୟ ଶିବିର କାର୍ଯ୍ୟାଳୟରେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ, ସେ କହିଥିଲେ ଯେ ଦେଶର ଶାସନ କ୍ଷମତାରେ ସାମନ୍ତବାଦୀ ଏବଂ ଜାତିବାଦୀ ଚିନ୍ତାଧାରା ଏବଂ ଶୋଷଣକାରୀ ତତ୍ୱ ଲଗାତାର ସକ୍ରିୟ ରହିବା କାରଣରୁ ବାବାସାହେବଙ୍କ ସର୍ବଜନ ହିତୈଷି ସମ୍ବିଧାନ ଏହାର ଉଦ୍ଦେଶ୍ୟ ହାସଲ କରିବାରେ ସଫଳ ହୋଇପାରୁନାହିଁ ।
ବି.ଏସ୍.ପି. ମୁଖ୍ୟ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ପାଇଁ ଦେଶ ତଥା ରାଜ୍ୟଗୁଡ଼ିକରେ ମଧ୍ୟ ବାବା ସାହେବଙ୍କ 'ସର୍ବଜନ ହିତାୟ ଏବଂ ସର୍ବଜନ ସୁଖାୟ' ନୀତି ଏବଂ ସିଦ୍ଧାନ୍ତ ବିଶିଷ୍ଟ ତାଙ୍କ ପାର୍ଟି ବି.ଏସ୍.ପି.ର ସରକାର ଗଠନ ହେବା ଆବଶ୍ୟକ । ମାୟାବତୀ କହିଛନ୍ତି ଯେ, ଦେଶରେ ଏପରି ଏକ ସମ୍ବିଧାନ ଥିବା ସତ୍ୱେ ଭାରତ କାହିଁକି ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଦେଶ ହୋଇପାରିନାହିଁ ଏବଂ ଏଠାକାର କୋଟି କୋଟି ବହୁଜନଙ୍କୁ ଜାତିଗତ ଦ୍ୱେଷ ଏବଂ ଅତ୍ୟାଚାରରୁ ମୁକ୍ତ କରି ସମାନତା ଏବଂ ନ୍ୟାୟଯୁକ୍ତ ଜୀବନ ଦେଇପାରିନାହିଁ । ଏହାର ଉତର ଖୋଜିବାରେ ଦେଶରେ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ 'ସାମାଜିକ ପରିବର୍ତନ ଏବଂ ଆର୍ôଥକ ମୁକ୍ତି' ର କାରଣରୁ ନିର୍ବାଚନୀ ସଫଳତା ହାସଲ କରି ଏହାର ଲକ୍ଷ୍ୟ ଆଡକୁ ନିଶ୍ଚିତ ଅଗ୍ରସର ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ