
ନୂଆଦିଲ୍ଲୀ, ୧୪ ଅପ୍ରେଲ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ସର୍ବଦା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଅପମାନିତ କରିଛି ଏବଂ ତାଙ୍କୁ ସ୍ୱତନ୍ତ୍ର ସମ୍ମାନରୁ ବଂଚିତ ରଖିଛି ।
ଦଳର ମୁଖ୍ୟାଳୟରେ ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତିନ ନବୀନ ବକ୍ତବ୍ୟ ରଖିଥିଲେ । ନୀତିନ ନବୀନ କହିଥିଲେ, ସ୍ୱାଧୀନତାର ୬୦ ବର୍ଷ ଧରି, ଏକ ନିର୍ଦ୍ଦିଷ୍ଟ ପରିବାର ବ୍ୟତୀତ ଅନ୍ୟ କାହାକୁ ସମ୍ମାନ ନ ଦେବାର ମାନସିକତା ଥିଲା । ସମ୍ବିଧାନର ସ୍ଥପତିଙ୍କୁ ଦଶନ୍ଧି ଦଶନ୍ଧି ଧରି ଉପଯୁକ୍ତ ସମ୍ମାନ ଦିଆଯାଇ ନଥିଲା । ପଣ୍ଡିତ ନେହେରୁ ୧୯୫୨ ଏବଂ ୧୯୫୪ ନିର୍ବାଚନରେ ବାବାସାହେବଙ୍କୁ ପରାସ୍ତ ଏବଂ ଅପମାନିତ କରିବାକୁ ଚେଷ୍ଟା କରିଥିଲେ । ଏପରିକି ଭୋଟର ତାଲିକାରେ ଟ୍ୟାମ୍ପରିଂ କରି ସେମାନଙ୍କୁ ରୋକିବା ପାଇଁ ପ୍ରୟାସ କରାଯାଇଥିଲା ।
ଭାଜପା ଅଧ୍ୟକ୍ଷ ଆହୁରି ମଧ୍ୟ କହିଥିଲେ ଯେ, ନେହେରୁ-ଗାନ୍ଧୀ ପରିବାର ନିଜକୁ ଭାରତ ରତ୍ନ ପ୍ରଦାନ କରିଥିଲେ କିନ୍ତୁ ବାବାସାହେବଙ୍କୁ ଏହି ସମ୍ମାନରୁ ବଂଚିତ ରଖିଥିଲେ, କିନ୍ତୁ ମୁଁ ବିଶ୍ୱାସ କରେ ଯେ ସେହି ଯୁଗ ପରେ ଯେତେବେଳେ ବାଜପେୟୀ ସରକାର ଆସିଲେ, ସେମାନେ ଡକ୍ଟର ଆମ୍ବେଦକରଙ୍କୁ ଭାରତ ରତ୍ନ ପ୍ରଦାନ କରିବାର କାର୍ଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କେବଳ ଏହି ଆଦର୍ଶଗତ ପରମ୍ପରାକୁ ଆଗକୁ ବଢ଼ାଇ ନଥିଲେ, ବରଂ 'ପଂଚତୀର୍ଥ ପ୍ରତିଷ୍ଠା କରି ତାଙ୍କ ଜୀବନ ଦର୍ଶନକୁ ବିଶ୍ୱସ୍ତରରେ ସ୍ୱୀକୃତି ମଧ୍ୟ ଦେଇଥିଲେ । ବର୍ତମାନର ସରକାର ଡ. ଆମ୍ବେଦକରଙ୍କ ଅନୁଗାମୀ ଏବଂ ତାଙ୍କ ସହିତ ଜଡ଼ିତ ସମସ୍ତ ପାଂଚଟି ପ୍ରମୁଖ ସ୍ଥାନକୁ ଜାତୀୟ ଗୌରବର କେନ୍ଦ୍ରରେ ପରିଣତ କରି ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ