ସଡକ, ରେଲୱେ ଓ ଅନ୍ୟ ଭିତ୍ତିଭୂମି ଦେଶର ଭାଗ୍ୟ ରେଖା ହୋଇଥାଏ- ମୋଦି
ଦିଲ୍ଲୀ-ଡେରାଡୁନ ଇକୋନୋମିକ କରିଡରର ଉଦଘାଟନ କଲେ ପିଏମ ମୋଦି ଡେରାଡୁନ,୧୪ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବହୁପ୍ରତୀକ୍ଷିତ ଦିଲ୍ଲୀ– ଡେରାଡୁନ ଆର୍ଥିକ କରିଡୋରର ଉଦ୍ଘାଟନ କରି କହିଛନ୍ତି ଯେ, ସଡ଼କ, ରେଳ ଓ ଅନ୍ୟାନ୍ୟ
ସଡକ, ରେଲୱେ ଓ ଅନ୍ୟ ଭିତ୍ତିଭୂମି ଦେଶର ଭାଗ୍ୟ ରେଖା     ହୋଇଥାଏ- ମୋଦି


ଦିଲ୍ଲୀ-ଡେରାଡୁନ ଇକୋନୋମିକ କରିଡରର ଉଦଘାଟନ କଲେ ପିଏମ

ମୋଦି

ଡେରାଡୁନ,୧୪ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ମଙ୍ଗଳବାର ବହୁପ୍ରତୀକ୍ଷିତ ଦିଲ୍ଲୀ– ଡେରାଡୁନ ଆର୍ଥିକ କରିଡୋରର ଉଦ୍ଘାଟନ କରି କହିଛନ୍ତି

ଯେ,

ସଡ଼କ,

ରେଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ଦେଶର ‘ଭାଗ୍ୟ ରେଖା’ ଅଟେ ଏବଂ ଗତ ଦଶକରେ ଭାରତ ଏହାର

ବ୍ୟାପକ ନିର୍ମାଣ କରୁଛି। ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଉତ୍ତରାଖଣ୍ଡର ଉନ୍ନତିକୁ ନୂଆ ଗତି ଦେବା ସହିତ ଉତ୍ତର ପ୍ରଦେଶର ଅନେକ ସହର

ପାଇଁ ମଧ୍ୟ ଲାଭକାରୀ ସାବ୍ୟସ୍ତ ହେବ।

ପ୍ରଧାନମନ୍ତ୍ରୀ ଡେରାଡୁନରେ ଆୟୋଜିତ ଉଦ୍ଘାଟନ ସମାରୋହରେ

କହିଛନ୍ତି ଯେ, ଉତ୍ତରାଖଣ୍ଡ ନିଜର ସ୍ଥାପନାର ୨୫ ବର୍ଷ ପୂରଣ କରି ୨୬ତମ

ବର୍ଷରେ ପ୍ରବେଶ କରିଛି ଏବଂ ଏହି ଅବସରରେ ଦିଲ୍ଲୀ– ଡେରାଡୁନ ଏକ୍ସପ୍ରେସ-ୱେର ଉଦ୍ଘାଟନ ରାଜ୍ୟର

ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ସେ ନିଜ ପୂର୍ବ କଥାକୁ ପୁନରାବୃତ୍ତି କରି କହିଛନ୍ତି

ଯେ,

ଏହି ଦଶକ ଉତ୍ତରାଖଣ୍ଡର ଦଶକ ହେବ ଏବଂ ‘ଡବଲ୍ ଇଞ୍ଜିନ’ ସରକାରର ନୀତି ଓ ରାଜ୍ୟବାସୀଙ୍କର

ପରିଶ୍ରମରେ ଏହା ସମ୍ଭବ ହେଉଛି।

ସେ କହିଛନ୍ତି ଯେ, ଏହି ଆର୍ଥିକ କରିଡୋର ଉତ୍ତର ପ୍ରଦେଶର ଗାଜିଆବାଦ, ବାଘପତ, ବଡ଼ଉତ, ଶାମଲୀ ଓ ସହାରାନପୁର ଭଳି ସହର ମାଧ୍ୟମରେ ଯାଇଥାଏ, ଯାହାର ଫଳରେ ଏହି ଅଞ୍ଚଳମାନେ ମଧ୍ୟ ବ୍ୟାପକ ଲାଭ ପାଇବେ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହାକୁ

ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହି ସେ କହିଛନ୍ତତି ଯେ, ଏହା ଦେହରାଦୁନ, ହରିଦ୍ୱାର, ଋଷିକେଶ, ମସୂରୀ ଓ ଚାରଧାମ ଯାତ୍ରାକୁ ନୂଆ ଗତି ଦେବ।

ପ୍ରଧାନମନ୍ତ୍ରୀ ଭିତ୍ତିଭୂମି ଢାଞ୍ଚାକୁ ଦେଶର ଭବିଷ୍ୟତ ସହ

ଯୋଡ଼ି କହିଥିଲେ ଯେ, ଯେପରିକି ଲୋକେ ହାତର ରେଖା ଦେଖି

ଭବିଷ୍ୟତ ଅନୁମାନ କରନ୍ତି, ସେପରି ଗୋଟିଏ ଦେଶର ଭାଗ୍ୟ ରେଖା

ହେଉଛି ତାହାର ସଡ଼କ, ହାଇୱେ, ରେଳ,

ବିମାନ ଓ ଜଳପଥ। ସେ କହିଛନ୍ତି ଯେ, ଏଗୁଡ଼ିକ କେବଳ ବର୍ତ୍ତମାନର ସୁବିଧା ନୁହେଁ, ଆଗାମୀ ପିଢ଼ୀମାନଙ୍କର ସମୃଦ୍ଧିର ନିଶ୍ଚିତତା ମଧ୍ୟ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande