ନୋଏଡା ଆନ୍ଦୋଳନ ଶ୍ରମିକଙ୍କ ଶେଷ ଚିତ୍କାର, ସରକାର ଶୁଣିଲେ ନାହିଁ- ରାହୁଲ ଗାନ୍ଧି
ନୂଆଦିଲ୍ଲୀ,୧୪ ଏପ୍ରିଲ (ହି.ସ.)। ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନୋଏଡାରେ ନିଜ ଦାବି ପାଇଁ ଆନ୍ଦୋଳନ କରୁଥିବା ଶ୍ରମିକମାନଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରମିକମାନେ ଦେଶର ମେରୁଦଣ୍ଡ, କିନ୍ତୁ ସରକାର ସେମାନଙ୍କୁ ଭାର ବୋଲି ଭା
ନୋଏଡା ଆନ୍ଦୋଳନ ଶ୍ରମିକଙ୍କ ଶେଷ ଚିତ୍କାର, ସରକାର     ଶୁଣିଲେ ନାହିଁ- ରାହୁଲ ଗାନ୍ଧି


ନୂଆଦିଲ୍ଲୀ,୧୪ ଏପ୍ରିଲ (ହି.ସ.)। ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ନୋଏଡାରେ ନିଜ ଦାବି ପାଇଁ ଆନ୍ଦୋଳନ କରୁଥିବା ଶ୍ରମିକମାନଙ୍କୁ ସମର୍ଥନ କରିଛନ୍ତି। ସେ

କହିଛନ୍ତି ଯେ, ଶ୍ରମିକମାନେ ଦେଶର ମେରୁଦଣ୍ଡ, କିନ୍ତୁ ସରକାର ସେମାନଙ୍କୁ ଭାର ବୋଲି ଭାବୁଛି। କଂଗ୍ରେସ ପାର୍ଟି ଶ୍ରମିକମାନଙ୍କ ସହ ଅଛି।

ରାହୁଲ ଗାନ୍ଧୀ ‘ଏକ୍ସ’ରେ ଲେଖିଛନ୍ତି ଯେ, ସୋମବାର ନୋଏଡାର ରାସ୍ତାରେ ଯାହା ଘଟିଲା, ତାହା ଏହି ଦେଶର ଶ୍ରମିକମାନଙ୍କର ଶେଷ ଚିତ୍କାର ଥିଲା, ଯାହାର ପ୍ରତ୍ୟେକ ସ୍ୱରକୁ ଅଣଶୁଣା କରାଗଲା ଏବଂ ସେମାନେ ଦାବି କରି କରି କ୍ଲାନ୍ତ

ହୋଇପଡ଼ିଛନ୍ତି। ନୋଏଡାରେ କାମ କରୁଥିବା ଜଣେ ଶ୍ରମିକଙ୍କର ୧୨ ହଜାର ଟଙ୍କା ମାସିକ ଦରମାରୁ ୪

ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଭଡାରେ ଖର୍ଚ୍ଚ ହେଉଛି। ବାର୍ଷିକ ୩୦୦ ଟଙ୍କା ଦରମା ବୃଦ୍ଧି

ଘର ମାଲିକଙ୍କ ୫୦୦ ଟଙ୍କା ଭଡା ବୃଦ୍ଧିରେ ଚାପିଯାଉଛି। ମହଙ୍ଗାଇ ଶ୍ରମିକମାନଙ୍କ ଜୀବନକୁ ଦମନ

କରୁଛି ଏବଂ ସେମାନଙ୍କୁ ଋଣରେ ଡୁବାଉଛି।

ସେ କହିଛନ୍ତି ଯେ, ଗ୍ୟାସ ଦର ବଢ଼ୁଛି, କିନ୍ତୁ ଦରମା ବଢ଼ୁନାହିଁ।

ଶ୍ରମିକମାନଙ୍କୁ କେବେ କେବେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ସିଲିଣ୍ଡର କିଣିବାକୁ ପଡ଼ୁଛି।

ଏହା କେବଳ ନୋଏଡାର କଥା ନୁହେଁ, ସମଗ୍ର ବିଶ୍ୱରେ ଇନ୍ଧନ ଦର

ବଢ଼ୁଛି ଏବଂ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହେଉଛି, କିନ୍ତୁ ଏହାର ଭାର ଶିଳ୍ପପତିମାନଙ୍କ ଉପରେ ପଡ଼ୁନାହିଁ; ସବୁଠୁ ବଡ଼ ପ୍ରଭାବ ଦିନମଜୁରିଆ ଶ୍ରମିକମାନଙ୍କ ଉପରେ ପଡ଼ୁଛି।

ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ଅଭିଯୋଗ କରିଥିଲେ ଯେ, ନଭେମ୍ବର ୨୦୨୫ ଠାରୁ କୌଣସି ସଂଳାପ ବିନା ଚାରିଟି ଶ୍ରମ କୋଡ୍ ଲାଗୁ କରାଯାଇ କାମର ସମୟକୁ

୧୨ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯେଉଁ ଶ୍ରମିକ ଦିନକୁ ୧୨ ଘଣ୍ଟା ଦୌଡି ହୋଇ କାମ କରେ

ଏବଂ ସନ୍ତାନଙ୍କର ଶିକ୍ଷା ଫି ଋଣ ନେଇ ଦେଉଛି, ସେମାନଙ୍କ ଦାବି ଅନୁଚିତ ନୁହେଁ। ନୋଏଡାର ଶ୍ରମିକ ୨୦ ହଜାର ଟଙ୍କା ଦରମା ଦାବି କରୁଛନ୍ତି, ଏହା ତାଙ୍କର ଅଧିକାର।

ନୋଏଡାର ଅନେକ କାରଖାନାର ଶ୍ରମିକ ନିଜ ଦାବି ନେଇ ସୋମବାର ଓ

ମଙ୍ଗଳବାର ରାସ୍ତାକୁ ଓହ୍ଲାଇଥିଲେ। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଧୀରେ ଧୀରେ ହିଂସ୍ର ରୂପ

ନେଇଥିଲା,

ପ୍ରଦର୍ଶନକାରୀମାନେ କେତେକ ଯାନବାହନକୁ ନିଆଁ ଲଗାଇଥିଲେ ଏବଂ କାରଖାନା ଭିତରେ ଭଙ୍ଗାରୁଜା

କରିଥିଲେ। ପୁଲିସ ଅନେକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande