ଆମ୍ବେଦକର ଜୟନ୍ତୀରେ ପ୍ରେରଣାସ୍ଥଳରେ ପହଂଚିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ପୁଷ୍ପାଂଜଳି ଅର୍ପଣ
ନୂଆଦିଲ୍ଲୀ, 14 ଏପ୍ରିଲ (ହି.ସ.)। ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ 135ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସହ ଅନ୍ୟାନ୍ୟ ନେତାମାନେ ମଙ୍ଗଳବାର ସଂସଦ
ଆମ୍ବେଦକର


ନୂଆଦିଲ୍ଲୀ, 14 ଏପ୍ରିଲ (ହି.ସ.)। ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ

135ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି, କଂଗ୍ରେସର ଜାତୀୟ

ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସହ ଅନ୍ୟାନ୍ୟ ନେତାମାନେ ମଙ୍ଗଳବାର ସଂସଦ ପରିସରର ପ୍ରେରଣା

ସ୍ଥଳରେ ପହଞ୍ଚି ତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ଏହି ଔପଚାରିକ କାର୍ଯ୍ୟକ୍ରମରେ ଅନେକ

କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ

ନେତାମାନେ ମଧ୍ୟ ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଷ୍ଟ୍ର ଗଠନରେ ବାବା

ସାହେବଙ୍କ ଚେଷ୍ଟା ବହୁତ ପ୍ରେରଣାଦାୟକ। ତାଙ୍କର ଜୀବନ ଓ କାର୍ଯ୍ୟ ପିଢ଼ୀ ପରେ ପିଢ଼ୀକୁ ଏକ

ନ୍ୟାୟସଙ୍ଗତ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ସଦା ପ୍ରେରିତ କରୁଛି।

ଉଲ୍ଲେଖନୀୟ ଯେ, ଡ଼ଃ ବି.ଆର୍. ଆମ୍ବେଦକରଙ୍କ ଜନ୍ମ 14 ଏପ୍ରିଲ 1891 ରେ ହୋଇଥିଲା।

ସେ ଭାରତୀୟ ସଂବିଧାନର ମୁଖ୍ୟ ଶିଳ୍ପୀ, ପ୍ରଖ୍ୟାତ ଆଇନ ବିଶେଷଜ୍ଞ ଏବଂ ସମାଜ ସୁଧାରକ ଥିଲେ। ସେ ବଞ୍ଚିତ

ବର୍ଗମାନଙ୍କର ଅଧିକାର ପାଇଁ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande