
ପାଟନା, 15 ଏପ୍ରିଲ (ହି.ସ.)। ଭାରତୀୟ ଜନତା ପାର୍ଟି (ବିଜେପି)
ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ବିଧାୟକ ଦଳର ନୂତନ ନେତା ସମ୍ରାଟ ଚୌଧୁରୀ
ଆଜି ବିହାରର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଚୌଧୁରୀ
ଭାଜପାର ପ୍ରଥମ ଏବଂ ରାଜ୍ୟର 24ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ସକାଳ 10.50ରେ ଲୋକଭବନରେ ଶପଥ
ଗ୍ରହଣ କରିବେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉତ୍ତରାଧିକାରୀ ସମ୍ରାଟ
ଚୌଧୁରୀ, ପ୍ରଥମେ ଭାଜପା ଏବଂ
ପରେ ଏନଡିଏ ବିଧାୟକ ଦଳର ନେତା ଭାବେ ଚୟନ ହେବା ପରେ ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ
ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ ସଈଦ ଅତା ହସନୈନଙ୍କୁ ସରକାର ଗଠନ ପାଇଁ ଲିଖିତ ଦାବି
ପ୍ରଦାନ କରିଥିଲେ।
ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଜନତା ଦଳ (ଯୁକ୍ତ)ର
କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ କୁମାର ଝା, କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଉର୍ଫ ଲଲନ ସିଂହ, ଜୀତନରାମ ମାଞ୍ଜି, ପୂର୍ବତନ ମନ୍ତ୍ରୀ
ବିଜୟ କୁମାର ଚୌଧୁରୀ, ଭାଜପାର ପ୍ରଦେଶ
ଅଧ୍ୟକ୍ଷ ସଞ୍ଜୟ ସରାଓଗୀ, ରାଲୋମୋର ଅଧ୍ୟକ୍ଷ
ଉପେନ୍ଦ୍ର କୁଶୱାହା ଏବଂ ଲୋଜପା (ରା)ର ସାଂସଦ ଅରୁଣ ଭାରତୀ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ
ଅବସରରେ ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ ଯୋଗଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା