
ୱାଶିଂଟନ, 15 ଏପ୍ରିଲ (ହି.ସ.)। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ
ଆମେରିକାର ମଧ୍ୟସ୍ଥତାରେ ଚାଲିଥିବା ସିଧାସଳଖ ଆଲୋଚନାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି।
ପ୍ରାୟ ତିନି ଦଶକ ପରେ ହୋଇଥିବା ଏହି ପ୍ରତ୍ୟକ୍ଷ ଆଲୋଚନାକୁ ଅଞ୍ଚଳରେ ଶାନ୍ତି ପୁନସ୍ଥାପନା
ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନାଯାଉଛି, ଯଦିଓ ବର୍ତ୍ତମାନ
ପର୍ଯ୍ୟନ୍ତ ଯୁଦ୍ଧବିରାମ ବିଷୟରେ କୌଣସି ଠୋସ ସମ୍ମତି ହୋଇପାରିନାହିଁ।
ଆମେରିକାରେ ଇସ୍ରାଏଲର ରାଜଦୂତ ୟେଚିଏଲ ଲେଇଟର ଲେବାନନର ରାଜଦୂତ
ନାଦା ହାମାଦେହଙ୍କ ସହିତ ହୋଇଥିବା ଦୁଇ ଘଣ୍ଟିଆ ବୈଠକକୁ “ଅତ୍ୟନ୍ତ ସକାରାତ୍ମକ” ବୋଲି
ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଦୁଇପକ୍ଷ ମଧ୍ୟରେ
ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଏବଂ ପରାମର୍ଶ ଉପରେ ଆଲୋଚନା ହୋଇଛି, ଯାହାକୁ ଏବେ ସେମାନଙ୍କର ସମ୍ବନ୍ଧିତ ସରକାରଙ୍କ
ସମ୍ମୁଖରେ ପ୍ରସ୍ତୁତ କରାଯିବ।
ତଥାପି, ଯୁଦ୍ଧବିରାମ
ବିଷୟରେ ଇଜରାଏଲ ସ୍ପଷ୍ଟ ମତ ଦେଇ କୌଣସି ପ୍ରତିବଦ୍ଧତାରୁ ଖଣ୍ଡନ କରିଛି। ଲେଇଟର କହିଛନ୍ତି ଯେ
ତାଙ୍କର ପ୍ରାଥମିକତା କେବଳ ଇଜରାଏଲର ନାଗରିକମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଓ ସୀମା ପାରରୁ
ଆକ୍ରମଣ ଚାଲିଥିବା ପର୍ଯ୍ୟନ୍ତ ସେନା କାର୍ଯ୍ୟରୋଧ କରାଯିବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା