
କାଠମାଣ୍ଡୁ, 16 ଏପ୍ରିଲ (ହି.ସ.)। ନେପାଳ ସରକାର 100 ରୁ ଅଧିକ ନୂତନ ଆଇନ ତିଆରି
କରିବା ଏବଂ ଆଇନଗୁଡିକର ସଂଶୋଧନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏହା ପାଇଁ ବିଷୟଗୁଡିକର
ପରିଚୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ସରକାରଙ୍କ ମୁକପାତ୍ର ଏବଂ ଶିକ୍ଷାମନ୍ତ୍ରୀ ସସ୍ମିତ ପୋଖରେଲଙ୍କ
କହିବା ଅନୁସାରେ, ମୋଟ 103ଟି ନୂତନ
ଆଇନର ବିଷୟ ଏବଂ ସଂଶୋଧନ କରିବାକୁ ଥିବା ଆଇନଗୁଡିକର ପରିଚୟ କରାଯାଇଛି। ସେ କହିଛନ୍ତି ଯେ, ପ୍ରାଥମିକତା
ଆଧାରରେ ନୂତନ ଆଇନଗୁଡିକୁ ଆଗକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦ କାର୍ଯ୍ୟାଳୟ
ସହିତ ସମସ୍ତ 22ଟି ମନ୍ତ୍ରଣାଳୟ କାମ କରୁଛନ୍ତି।
ପୋଖରେଲ ଅଧିକ କହିଛନ୍ତି ଯେ, ଆଇନ ତିଆରିର ରୂପରେଖା ଏବଂ ବିଧାନିକ ପ୍ରକ୍ରିୟା
ଅନୁସାରେ ଆବଶ୍ୟକ ପଦକ୍ଷେପ ସମ୍ପୂର୍ଣ୍ଣ ହୋଇଛି କି ନାହିଁ, ତାହାର ପରୀକ୍ଷା ଆଇନ, ନ୍ୟାୟ ଓ ସଂସଦୀୟ
କାର୍ଯ୍ୟମନ୍ତ୍ରଣାଳୟ କରୁଛି। ପ୍ରାଥମିକତା ଆଧାରରେ ଅନ୍ୟାନ୍ୟ ମନ୍ତ୍ରଣାଳୟମାନଙ୍କୁ ଆଇନ ତିଆରି
ପାଇଁ ନିର୍ଦ୍ଦେଶ ଦେବାର କାମ ମଧ୍ୟ ଏହି ମନ୍ତ୍ରଣାଳୟ କରୁଛି।
100ରୁ ଅଧିକ ନୂତନ ଆଇନ ତିଆରି ଓ ସଂଶୋଧନ ପାଇଁ ପ୍ରସ୍ତୁତ
ବିଷୟସୂଚୀରୁ 40 ରୁ 45ଟି ବିଧେୟକକୁ ଆଗାମୀ ସଂଘୀୟ ସଂସଦ ଅଧିବେଶନରେ ପାସ୍ କରାଇବାକୁ ସରକାର
ପ୍ରସ୍ତୁତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା