ସଂସଦରେ ମହିଳା ସଂରକ୍ଷଣ ସଂଶୋଧନ ସମେତ ତିନି ବିଲ୍ ଉପସ୍ଥାପିତ, ବିରୋଧୀଙ୍କ ବିରୋଧ
ନୂଆଦିଲ୍ଲୀ, 16 ଏପ୍ରିଲ (ହି.ସ.)। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବୁଧବାର ମହିଳା ସଂରକ୍ଷଣ ଆଇନ ସମ୍ପର୍କିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପିତ କରାଯାଇଛି। ଏଥିରେ ସଂବିଧାନ (131ତମ ସଂଶୋଧନ) ବିଧେୟକ, 2026 ଓ ଡିଲିମିଟେସନ ବିଲ୍, 2026 କୁ ଆଇନମନ୍ତ୍ରୀ ଅର୍ଜୁନ ରାମ
ସଂସଦରେ ମହିଳା ସଂରକ୍ଷଣ ସଂଶୋଧନ ସମେତ ତିନି ବିଲ୍ ଉପସ୍ଥାପିତ,     ବିରୋଧୀଙ୍କ ବିରୋଧ


ନୂଆଦିଲ୍ଲୀ, 16 ଏପ୍ରିଲ (ହି.ସ.)। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବୁଧବାର ମହିଳା

ସଂରକ୍ଷଣ ଆଇନ ସମ୍ପର୍କିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପିତ କରାଯାଇଛି। ଏଥିରେ

ସଂବିଧାନ (131ତମ ସଂଶୋଧନ) ବିଧେୟକ, 2026 ଓ ଡିଲିମିଟେସନ ବିଲ୍, 2026 କୁ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥାପିତ

କରିଥିବାବେଳେ, ଗୃହମନ୍ତ୍ରୀ ଅମିତ

ଶାହ କେନ୍ଦ୍ରଶାସିତ ପ୍ରଦେଶ ଆଇନ (ସଂଶୋଧନ) ବିଧେୟକ, 2026 ସଦନରେ ରଖିଥିଲେ।

ବିରୋଧୀ ଏହି ବିଧେୟକଗୁଡିକୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ସର୍ବପ୍ରଥମେ କଂଗ୍ରେସ ନେତା କେସି ବେଣୁଗୋପାଳ କହିଥିଲେ ଯେ, ସରକାର ସଂବିଧାନକୁ ହାଇଜାକ୍ କରିବାକୁ ଚାହୁଁଛି। ପରେ

ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ କହିଥିଲେ ଯେ, ଯେପର୍ଯ୍ୟନ୍ତ ମୁସଲିମ୍ ମହିଳାମାନଙ୍କୁ ସଂରକ୍ଷଣ

ଦିଆଯିବ ନାହିଁ, ସେପର୍ଯ୍ୟନ୍ତ ଏହି

ଆଇନର କୌଣସି ଅର୍ଥ ନାହିଁ। ଏହାର ଉତ୍ତରରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ଧର୍ମ ଆଧାରିତ ସଂରକ୍ଷଣ

ଅସଂବିଧାନିକ ଓ ଏହାର ପ୍ରଶ୍ନ ଉଠେ ନାହିଁ।

ସପା ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ କହିଥିଲେ ଯେ, ଦେଶ ଅଧା ଜନସଂଖ୍ୟା

ପାଇଁ ସଂରକ୍ଷଣ ଚାହୁଁଛି, କିନ୍ତୁ ମୁସଲିମ୍

ମହିଳାମାନଙ୍କ ପାଇଁ କ’ଣ ବ୍ୟବସ୍ଥା ଅଛି। ଏହାର ପ୍ରତିଉତ୍ତରରେ ଅମିତ ଶାହ କହିଥିଲେ ଯେ, ସମାଜବାଦୀ ପାର୍ଟି

ଚାହିଲେ ନିଜର ଟିକେଟ୍ଗୁଡିକୁ ମୁସଲିମ୍ ମହିଳାମାନଙ୍କୁ ଦେଇପାରେ, ଏଥିରେ ସରକାରଙ୍କ

କୌଣସି ଆପତ୍ତି ହେବନି।

ସଂଶୋଧନ ବିଲ୍ରେ ଲୋକସଭାର ମୋଟ ସିଟ୍ 543 ରୁ ବଢାଇ 850 କରିବା

ପ୍ରସ୍ତାବ ରହିଛି। ଏଥିରେ ରାଜ୍ୟମାନଙ୍କ ପାଇଁ 815 ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ପାଇଁ

35ଟି ସିଟ୍ ନିର୍ଦ୍ଧାରିତ କରାଯିବ। ପରିସୀମନ ପ୍ରକ୍ରିୟା ପରେ ସିଟ୍ମାନଙ୍କର ସଠିକ୍ ବିଭାଜନ

ହେବ। ପ୍ରସ୍ତାବିତ ସଂଶୋଧନ ଅନୁସାରେ 273ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande