ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପିଏମ ମୋଦି, ସହାୟତା ରାଶି ଘୋଷଣା
ନୂଆଦିଲ୍ଲୀ, 16 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶର କୁରନୂଲ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରମାନଙ୍କ ପ୍ରତି ନିଜର ସମବେଦନା ଜଣାଇବା ସହିତ ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ
ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାକୁ ନେଇ     ଦୁଃଖ ପ୍ରକାଶ କଲେ ପିଏମ ମୋଦି, ସହାୟତା ରାଶି ଘୋଷଣା


ନୂଆଦିଲ୍ଲୀ, 16 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର

ପ୍ରଦେଶର କୁରନୂଲ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ

ପରିବାରମାନଙ୍କ ପ୍ରତି ନିଜର ସମବେଦନା ଜଣାଇବା ସହିତ ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ

ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ

ଜାତୀୟ ରିଲିଫ କୋଷରୁ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ 2 ଲକ୍ଷ ଟଙ୍କା ଅନୁଗ୍ରହ ରାଶି ଦିଆଯିବ।

ଆହତମାନଙ୍କୁ 50,000 ଟଙ୍କା ଦିଆଯିବ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’

ରେ ପୋଷ୍ଟ କରି ଲେଖିଛି ଯେ, ପ୍ରଧାନମନ୍ତ୍ରୀ

କହିଛନ୍ତି ଆନ୍ଧ୍ର ପ୍ରଦେଶର କୁରନୂଲ ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande