ମହିଳା ସଶକ୍ତିକରଣ ଦିଗରେ ଐତିହାସିକ ପଦକ୍ଷେପ ଉଠାଇବ ସଂସଦର ସ୍ୱତନ୍ତ୍ର ଅଧିବେଶନ- ପିଏମ ମୋଦି
ନୂଆଦିଲ୍ଲୀ, 16 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ, ଆଜିଠାରୁ ଆରମ୍ଭ ହେଉଥିବା ସଂସଦର ବିଶେଷ ସତ୍ର ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହେବ। ସେ କହିଛନ୍ତି ଯେ, ମାଆ ଓ ଭଉଣୀମାନଙ୍କର ସମ୍ମ
ମହିଳା ସଶକ୍ତିକରଣ ଦିଗରେ ଐତିହାସିକ ପଦକ୍ଷେପ ଉଠାଇବ ସଂସଦର     ସ୍ୱତନ୍ତ୍ର ଅଧିବେଶନ- ପିଏମ ମୋଦି


ନୂଆଦିଲ୍ଲୀ, 16 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର

କହିଛନ୍ତି ଯେ, ଆଜିଠାରୁ ଆରମ୍ଭ

ହେଉଥିବା ସଂସଦର ବିଶେଷ ସତ୍ର ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ

ହେବ। ସେ କହିଛନ୍ତି ଯେ, ମାଆ ଓ

ଭଉଣୀମାନଙ୍କର ସମ୍ମାନ ହିଁ ରାଷ୍ଟ୍ରର ସମ୍ମାନ ଓ ଏହି ଭାବନା ସହିତ ଦେଶ ଏହି ଦିଗରେ ଦୃଢତାର

ସହିତ ଆଗକୁ ବଢୁଛି।

ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଉପରେ ଏକ

ସଂସ୍କୃତ ସୁଭାଷିତ ମଧ୍ୟ ସେୟାର କରିଛନ୍ତି, ଯାହା ମାଧ୍ୟମରେ ସେ ମହିଳାମାନଙ୍କର ଜ୍ଞାନ ଓ ସେମାନଙ୍କର ଭୂମିକାର

ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି। ସେୟାର କରାଯାଇଥିବା ସୁଭାଷିତ ହେଉଛି— “ବ୍ୟୁଚ୍ଛନ୍ତୀ ହି

ରଶ୍ମିଭିର୍ବିଶ୍ୱମାଭାସି ରୋଚନମ୍। ତା ତ୍ୱାମୁଷର୍ବସୂୟବୋ ଗୀର୍ଭିଃ କଣ୍ୱା ଅହୂଷତ॥”

ଏହି ସୁଭାଷିତର ଅର୍ଥ ହେଉଛି ଯେ, ନାରୀ ନିଜ ଜ୍ଞାନର ପ୍ରକାଶ ଦ୍ୱାରା ଅଜ୍ଞାନର

ଅନ୍ଧକାରକୁ ଦୂର କରି ସମଗ୍ର ବିଶ୍ୱକୁ ଆଲୋକିତ କରନ୍ତି। ତେଣୁ ଯେମାନେ ସମୃଦ୍ଧି ଓ ଉତ୍କୃଷ୍ଟ

ଗୁଣର କାମନା କରନ୍ତି, ସେମାନେ ସର୍ବଦା

ନାରୀଙ୍କୁ ସମ୍ମାନ କରନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶେଷ ସଂସଦ ସତ୍ର ମାଧ୍ୟମରେ ଦେଶ ନାରୀ ସଶକ୍ତିକରଣ

ଦିଗରେ ଏକ ଦୃଢ ଓ ନିର୍ଣାୟକ ପଦକ୍ଷେପ ନେବାକୁ ଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande