
ଇସଲମାବାଦ, 16 ଏପ୍ରିଲ (ହି.ସ.)। ପାକିସ୍ତାନର ଖୈବର-ପଖ୍ତୁନଖ୍ୱା ପ୍ରାନ୍ତରେ
ପୋଲିସ୍ ଏବଂ ସୁରକ୍ଷା ବଳ ସହ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ପୋଲିସ୍
ବୁଧବାର ମଧ୍ୟରାତ୍ରି ପରେ ବଗଟୁ ଟପ୍ ସରକି ଓ ଚମ୍ବା ଗୁଲ ଅଞ୍ଚଳକୁ ଘେରାଉ କରିଛି। ପୋଲିସ୍
କହିଛି ଯେ, ଆତଙ୍କବାଦୀମାନଙ୍କ
ବିରୋଧରେ ଚାଲୁଥିବା ଏହି ବଡ଼ ଅଭିଯାନରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ପୋଲିସ୍
କର୍ମଚାରୀ ଶହୀଦ ହୋଇଛନ୍ତି।
‘ଦୁନିଆ ନ୍ୟୁଜ୍’ ରିପୋର୍ଟ ଅନୁସାରେ, କୋହାଟର ଉଚ୍ଚ
ପୋଲିସ୍ ଅଧିକାରୀ ଏହାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଗତ କିଛି ଘଣ୍ଟା
ଧରି ଏହି ଅଭିଯାନ ଚାଲିଛି ଏବଂ ଯେପର୍ଯ୍ୟନ୍ତ ଘେରାଉ ହୋଇଥିବା ସମସ୍ତ ଆତଙ୍କବାଦୀ ନିହତ ହେବେ
ନାହିଁ, ସେପର୍ଯ୍ୟନ୍ତ ଏହା
ଜାରି ରହିବ। କୋହାଟର ପୋଲିସ୍ ଅଧିକ୍ଷକ କହିଛନ୍ତି ଯେ, ଏହି ଅଭିଯାନ ଏବେ ନିର୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା