ହଜ ଯାତ୍ରା ପାଇଁ ଜମ୍ମୁ-କଶ୍ମୀରରୁ 431 ତୀର୍ଥଯାତ୍ରୀଙ୍କ ପ୍ରଥମ ବ୍ୟାଚର ପ୍ରସ୍ଥାନ
ଶ୍ରୀନଗର, 18 ଏପ୍ରିଲ (ହି.ସ.)। ହଜ୍ ଯାତ୍ରା ପାଇଁ ଜମ୍ମୁ-କାଶ୍ମୀରରୁ 431 ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଶନିବାର ସୌଦି ଆରବକୁ ପ୍ରସ୍ଥାନ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, 230 ପୁରୁଷ ଓ 201 ମହିଳା ସମେତ ଏହି ତୀର୍ଥଯାତ୍ରୀମାନେ ତିନୋଟି ଉଡ଼ାଣରେ ଯାତ୍ରା କରିଛନ୍ତି।
ହଜ ଯାତ୍ରା ପାଇଁ ଜମ୍ମୁ-କଶ୍ମୀରରୁ 431 ତୀର୍ଥଯାତ୍ରୀଙ୍କ ପ୍ରଥମ     ବ୍ୟାଚର ପ୍ରସ୍ଥାନ


ଶ୍ରୀନଗର, 18 ଏପ୍ରିଲ (ହି.ସ.)। ହଜ୍ ଯାତ୍ରା ପାଇଁ ଜମ୍ମୁ-କାଶ୍ମୀରରୁ 431

ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଶନିବାର ସୌଦି ଆରବକୁ ପ୍ରସ୍ଥାନ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ, 230 ପୁରୁଷ ଓ 201 ମହିଳା ସମେତ ଏହି

ତୀର୍ଥଯାତ୍ରୀମାନେ ତିନୋଟି ଉଡ଼ାଣରେ ଯାତ୍ରା କରିଛନ୍ତି। ସେମାନେ କହିଛନ୍ତି ଯେ, ସୁଚାରୁ ଯାତ୍ରା

ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ବେମିନାରେ ଅବସ୍ଥିତ ହଜ୍ ହାଉସରେ ପରିବହନ, ସାମାନ ବ୍ୟବସ୍ଥା ଓ

ଡକ୍ୟୁମେଣ୍ଟେସନ ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ପ୍ରସ୍ଥାନ କରୁଥିବା ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଦେବା ପାଇଁ

ଶତାଧିକ ପରିବାର ସଦସ୍ୟ ହଜ୍ ହାଉସ ବାହାରେ ଭିଡ଼ ଲଗାଇଥିଲେ। ଏହି ବର୍ଷ ଜମ୍ମୁ-କାଶ୍ମୀରରୁ ମୋଟ

4,764 ତୀର୍ଥଯାତ୍ରୀ

ଏହି ପବିତ୍ର ଯାତ୍ରାରେ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande