
ନୂଆଦିଲ୍ଲୀ, ୧୮ ଏପ୍ରିଲ (ହି.ସ.)। କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କ
ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍ସନଭୋଗୀମାନଙ୍କ ମହଙ୍ଗା ଆଶ୍ୱସ୍ତ (ଡିଆର)ରେ ୨ ପ୍ରତିଶତ ବୃଦ୍ଧିକୁ
ଶନିବାର ମଂଜୁରୀ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ
ହୋଇଥିବା ମନ୍ତ୍ରିମଣ୍ଡଳ ସଭାରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାତୀୟ ମିଡିଆ ସେଣ୍ଟରରେ ଆୟୋଜିତ
ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ
ଯେ, ମହଙ୍ଗାର
ବୃଦ୍ଧିଶୀଳ ପ୍ରଭାବକୁ କମାଇବା ପାଇଁ ସରକାର ଡିଏ ଏବଂ ଡିଆରର ଅତିରିକ୍ତ କିସ୍ତି ମୁକ୍ତ
କରିବାକୁ ଅନୁମୋଦନ କରିଛି।
ଏହି ବୃଦ୍ଧି ଫଳରେ ମୂଳ ବେତନ ଏବଂ ପେନ୍ସନର ବର୍ତ୍ତମାନ ହାର ୫୮ ପ୍ରତିଶତରେ
୨ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ୧ ଜାନୁଆରୀ ୨୦୨୬ରୁ ପ୍ରଭାବୀ ହେବ।
ଏହି ନିଷ୍ପତ୍ତିରୁ ପ୍ରାୟ ୫୦.୪୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ
ଏବଂ ୬୮.୨୭ ଲକ୍ଷ ପେନ୍ସନଭୋଗୀମାନେ ସିଧାସଳଖ ଲାଭ ପାଇବେ। ଡିଏ ଏବଂ ଡିଆରରେ ଏହି ବୃଦ୍ଧି ଫଳରେ
ସରକାରୀ ରାଜକୋଷ ଉପରେ ପ୍ରତିବର୍ଷ ୬୭୯୧.୨୪ କୋଟି ଟଙ୍କାର ଅତିରିକ୍ତ ଭାର ପଡିବ।
ଏହି ନିଷ୍ପତ୍ତି ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ ଦ୍ୱାରା ସୁପାରିଶ
ହୋଇଥିବା ଅନୁମୋଦିତ ସୂତ୍ର ଅନୁସାରେ ନିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା