
ନୂଆଦିଲ୍ଲୀ, ୧୮ ଏପ୍ରିଲ (ହି.ସ.)। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
କଂଗ୍ରେସ ସହିତ ସମସ୍ତ ବିରୋଧୀ ଦଳକୁ ମହିଳାଙ୍କୁ ଅଧିକାର ଦେବାରେ ବିରୋଧୀ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ
ଟ୍ରେଡର୍ସ (କ୍ୟାଟ) ଦ୍ୱାରା ହିନ୍ଦୀ ଭବନରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେଇଥିଲେ।
ସେଠାରେ ସେ ଚାରିଶହରୁ ଅଧିକ ମହିଳା ଉଦ୍ୟମୀଙ୍କ ସହିତ କଳା କପଡା ବାନ୍ଧି ବିରୋଧୀଙ୍କ ମହିଳା
ବିରୋଧୀ ରାଜନୀତି ବିରୋଧରେ ପ୍ରତିବାଦ କରିଥିଲେ। ଏହି ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା)ର
ସାଂସଦ ଏବଂ କ୍ୟାଟର ଜାତୀୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡେଲୱାଲ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଝିଅମାନଙ୍କୁ
ରାଷ୍ଟ୍ର ଗଠନରେ ସହଭାଗୀ କରିବା ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସ୍ତୁତ କରିଥିଲେ, କିନ୍ତୁ ଦୁଃଖର କଥା
କିଛି ଦଳ ଏହି ଐତିହାସିକ ସୁଯୋଗକୁ ସଂକୀର୍ଣ୍ଣ ରାଜନୀତିକ ଦୃଷ୍ଟିକୋଣରେ ଦେଖି ମହିଳାଙ୍କ
ଅଧିକାରର ବିରୋଧ କରିବାରେ କୌଣସି ସଂକୋଚ କରିନଥିଲେ। ସଂସଦରେ ଯେଉଁ ଦଳଗୁଡ଼ିକ ମହିଳା ସଂରକ୍ଷଣକୁ
ବିରୋଧ କରିଥିଲେ, ସେମାନଙ୍କ ଯୁକ୍ତି
ପଛରେ କୌଣସି ମଜବୁତ ଆଧାର ନଥିଲା, କେବଳ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଦେଖାଯାଇଥିଲା।
ଯେଉଁ ନେତାମାନେ ମହିଳା ସଂରକ୍ଷଣକୁ ବିରୋଧ କରିଛନ୍ତି, ସେମାନଙ୍କ ଅଞ୍ଚଳରେ
ଆମର ଭଉଣୀ ଓ ଝିଅମାନେ ସେମାନଙ୍କ ପାଖରୁ ଉତ୍ତର ମାଗିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା