
ମୁଖୱା, ୧୮ ଏପ୍ରିଲ (ହି.ସ.)। ଗଙ୍ଗୋତ୍ରୀର ଶୀତକାଳୀନ ବାସସ୍ଥାନ ମୁଖୱା
ଗାଁରୁ ମା ଗଙ୍ଗାଙ୍କ ଡୋଲି ଶନିବାର “ଗଙ୍ଗା ମଇୟା କି ଜୟ” ଧ୍ୱନି ସହ ଗଙ୍ଗୋତ୍ରୀ ଦିଗକୁ ବାହାରିଛି।
ଆଜି ଗଙ୍ଗା ମଇୟାଙ୍କ ରାତ୍ରି ବିଶ୍ରାମ ଭୈରବ ଘାଟୀରେ ଅବସ୍ଥିତ ଭୈରବ ମନ୍ଦିରରେ ହେବ। ସମଗ୍ର
ରାତି ଜାଗରଣ ପରେ ରବିବାର ସକାଳେ ମା ଗଙ୍ଗାଙ୍କ ଡୋଲି ଗଙ୍ଗୋତ୍ରୀ ଧାମରେ ପହଞ୍ଚିବ ଏବଂ ଦ୍ୱିପ୍ରହର
୧୨ଟା ୧୫ ମିନିଟ୍ରେ ଭକ୍ତମାନଙ୍କ ଦର୍ଶନ ପାଇଁ କପାଟ ଖୋଲାଯିବ।
ଯମୁନୋତ୍ରୀର ଡୋଲି ମଧ୍ୟ ରବିବାର ସକାଳେ ଯମୁନୋତ୍ରୀର ଶୀତକାଳୀନ
ବାସସ୍ଥାନ ଖରସାଳୀ ଗାଁରୁ ଧାମ ଦିଗକୁ ପ୍ରସ୍ଥାନ କରିବ ଏବଂ ଦ୍ୱିପ୍ରହର ୧୨ଟା ୩୫ ମିନିଟ୍ରେ
କପାଟ ଭକ୍ତମାନଙ୍କ ପାଇଁ ଖୋଲାଯିବ।
ମୁଖୱା ଗାଁରୁ ଗଙ୍ଗୋତ୍ରୀକୁ ଚଳ ଉତ୍ସବ ଡୋଲି ପ୍ରସ୍ଥାନ କରିବା
ପୂର୍ବରୁ ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥିଲା। ଗାଁର ମହିଳାମାନେ ଗଙ୍ଗା ମଇୟାଙ୍କୁ ବିଶେଷ ଭେଟ
ଅର୍ପଣ କରିଥିଲେ। ବିଦାୟ ସମୟରେ ମହିଳାମାନେ ମଙ୍ଗଳ ଗୀତ ଗାଇଥିଲେ। ଗଙ୍ଗୋତ୍ରୀ ମନ୍ଦିର ସମିତିର
ସଚିବ ସୁରେଶ ସେମୱାଲ କହିଛନ୍ତି ଯେ, ଗଙ୍ଗୋତ୍ରୀରେ ଯାତ୍ରୀମାନଙ୍କ ପାଇଁ ପ୍ରର୍ଯ୍ୟାପ୍ତ ବ୍ୟବସ୍ଥା
କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା