ସଂସଦରେ ବିଲ୍ ଉପରେ ବିଜେପିର ପରାଜୟ ମୋଦି ସରକାରଙ୍କ ପତନର ଆରମ୍ଭ : ମମତା ବାନାର୍ଜୀ
କଲିକତା, ୧୮ ଏପ୍ରିଲ (ହି.ସ.) – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, ସୀମା ନିର୍ଦ୍ଧାରଣ ବିଲ୍ ଉପରେ ସଂସଦରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପରାଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପତନର ଆରମ୍ଭ । ସେ କହିଥିଲେ ଯେ, ବି
ସଂସଦରେ ବିଲ୍ ଉପରେ ବିଜେପିର ପରାଜୟ ମୋଦି ସରକାରଙ୍କ ପତନର ଆରମ୍ଭ : ମମତା ବାନାର୍ଜୀ


କଲିକତା, ୧୮ ଏପ୍ରିଲ (ହି.ସ.) – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, ସୀମା ନିର୍ଦ୍ଧାରଣ ବିଲ୍ ଉପରେ ସଂସଦରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପରାଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପତନର ଆରମ୍ଭ । ସେ କହିଥିଲେ ଯେ, ବିଜେପି ରାଜନୈତିକ ଲାଭ ପାଇଁ ଲୋକସଭା ନିର୍ବାଚନ ମଣ୍ଡଳୀ ପୁନଃ ନିର୍ମାଣ କରିବାକୁ ଷଡ଼ଯନ୍ତ୍ର କରୁଛି, ଯାହାକୁ ବିରୋଧି ଦଳ ମିଳିତ ଭାବରେ ପଣ୍ଡ କରିଥିଲେ ।

ହାଓଡ଼ା ଜିଲ୍ଲାର ପାଂଚଲା ଅଂଚଳରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଥିଲେ ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ସତ୍ୱେ, ତୃଣମୂଳ କଂଗ୍ରେସ ସାଂସଦମାନେ ସଂସଦରେ ଉପସ୍ଥିତ ରହି ବିଲ୍ ବିରୋଧରେ ଭୋଟ୍ ଦେଇଥିଲେ । ସେ କହିଥିଲେ ଯେ, ବିରୋଧି ଏକତାରେ ତାଙ୍କ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ଆଳରେ କେନ୍ଦ୍ର ସରକାର ପ୍ରକୃତରେ ସୀମା ନିର୍ଦ୍ଧାରଣର ଏଜେଣ୍ଡାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ । ସେ ଦାବି କରିଥିଲେ ଯେ, ବିଜେପି ରାଜନୈତିକ ସମୀକରଣକୁ ନିଜ ସପକ୍ଷରେ ଆଣିବା ପାଇଁ ବର୍ତମାନର ୫୪୩ ଲୋକସଭା ଆସନକୁ ପ୍ରାୟ ୮୫୦କୁ ବୃଦ୍ଧି କରିବାକୁ ଚାହୁଁଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande