ନୂତନ ଶିକ୍ଷାବର୍ଷ ଆରମ୍ଭ, ଛାତ୍ର ଛାତ୍ରୀଙ୍କ ସ୍କୁଲ ବ୍ୟାଗ ଓଜନ କମୁ ନାହିଁ
ଜୟପୁର, ୧୮ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ । ଛାତ୍ର ଛାତ୍ରୀଙ୍କ ସ୍କୁଲ ବହି ଓଜନ କମୁ ନାହିଁ। ବ୍ୟାଗ ଓଜନ ଯୋଗୁଁ ଛାତ୍ର ଛାତ୍ରୀଙ୍କ ବେକ ଓ ପିଠି ବଥା ବାହାରୁ ଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି । ସକାଳୁଆ ସ୍କୁଲ ହେଲେ ପାଳନ ହେଉନି ପିଲାଙ୍କ ସ୍କୁଲ ବ୍
ନୂତନ ଶିକ୍ଷାବର୍ଷ ଆରମ୍ଭ ଛାତ୍ର ଛାତ୍ରି ଙ୍କ ସ୍ଲୁଲ ବ୍ୟାଗ ଓଜନ କମୁ ନାହିଁ


ଜୟପୁର, ୧୮ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ । ଛାତ୍ର ଛାତ୍ରୀଙ୍କ ସ୍କୁଲ ବହି ଓଜନ କମୁ ନାହିଁ। ବ୍ୟାଗ ଓଜନ ଯୋଗୁଁ ଛାତ୍ର ଛାତ୍ରୀଙ୍କ ବେକ ଓ ପିଠି ବଥା ବାହାରୁ ଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି । ସକାଳୁଆ ସ୍କୁଲ ହେଲେ ପାଳନ ହେଉନି ପିଲାଙ୍କ ସ୍କୁଲ ବ୍ୟାଗ ନିୟମ । କେବେ ପାଳନ ହେବ ସରକାରଙ୍କ ନିୟମ । କେବେ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ କମିବ ଏ ନେଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୯ ବର୍ଷ ନୂତନ ଶିକ୍ଷାବର୍ଷରୁ ଏହା ପାଳନ ହେବା କଥା । କିନ୍ତୁ, ସେତେବେଳେ ବ୍ୟାଗ କଟକଣା ପାଳିତ ହୋଇ ପାରିନଥିଲା ଓ ପରବର୍ତ୍ତୀ ସମୟରେ କୋଭିଡ ୧୯ ଯୋଗୁଁ ପୁରା ୨ ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ୨୦୨୪-୨୫ରେ ବି ପାଳନ ହେଲା ନାହିଁ । ଏବେ ୨୦୨୬ରେ ଶିକ୍ଷାନୁଷ୍ଠାନ ଖୋଲିଲା ସତ କିନ୍ତୁ ପିଲାଙ୍କ ବ୍ୟାଗ କଟକଣା ଉପରେ ସରକାର କୌଣସି ପଦକ୍ଷେପ ନ ନେବା ଅଭିଭାବକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହା ଏକ ପ୍ରହସନ ବୋଲି ବହୁ ଅଭିଭାବକ ଅଭିଯୋଗ କରୁଛନ୍ତି ।

ତେବେ ୨୦୧୯ ମାର୍ଚ୍ଚ ୮ତାରିଖ ଗାଇଡ ଲାଇନ ଅନୁସାରେ ପିଲାଙ୍କ ସ୍କୁଲ ବ୍ୟାଗ ପରିବହନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଆଜି ଯାଏଁ ତାହା କାର୍ଯ୍ୟକାରୀ ହେଲା ନାହିଁ । ଗାଇଡ ଲାଇନ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୧. ୫ କେଜି ରଖା ଯାଇଥିବା ବେଳେ ତୃତୀୟରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ୨ କେଜି ରୁ ୩ କେଜି ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ୪ କେଜି ୮ମ ଓ ୯ମ ଶ୍ରେଣୀର ପିଲାଙ୍କ ପାଇଁ ୪. ୫ କେଜି ଓ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ୫ କେଜି ଓଜନର ବ୍ୟାଗ ବ୍ୟବହୃତ କରିପାରିବେ । ଏହା ଠାରୁ ଅଧିକ ଓଜନର ବ୍ୟାଗ ନେବା ପାଇଁ କଟକଣା ଜାରୀ କରାଯାଇଛି । ପୂର୍ବରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଜଣେ ପିଲାର ଓଜନ ଠାରୁ ସ୍କୁଲ ବ୍ୟାଗ ଓଜନ ୧୦ ପ୍ରତିଶତ ଅଧିକ ହେବ ନାହିଁ ବୋଲି ଗାଇଡ ଲାଇନ କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ଦାମନଯୋଡି, ବୋରିଗୁମ୍ମାରେ ସରକାରୀ ସ୍କୁଲ ବ୍ୟତୀତ ସ୍ଥାନୀୟ ଅଞ୍ଚଳରୁ ବହୁ ପିଲା

ପ୍ରାଇଭେଟ ସ୍କୁଲକୁ ପଢିବା ପାଇଁ ଯାଉଛନ୍ତି । ଏଥିରେ ପଢା ଖର୍ଚ୍ଚ ଅଧିକ ହେବା ଯେତିକି ବାଧୁନାହିଁ ପିଲାଙ୍କ ଓଜନଦାର ବହି ଭର୍ତ୍ତି ବ୍ୟାଗ ନେଇଯିବା ଅଧିକ କଷ୍ଟ ଦେଉଛି ବୋଲି ବହୁ ଅଭିଭାବକ ମତ ବ୍ୟକ୍ତ କରୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏଥି ପ୍ରତି ଜିଲା ଶିକ୍ଷା ବିଭାଗ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି

 rajesh pande