
କୋଏମ୍ବାଟୁର, 18 ଏପ୍ରିଲ (ହି.ସ.)। କୋଏମ୍ବାଟୁର ଜିଲ୍ଲାର ଭାଲପାରାଇ ପାହାଡ଼ିଆ
ରାସ୍ତାର 13ତମ ହେୟାରପିନ୍ ମୋଡ଼ରେ ଶୁକ୍ରବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ
ପର୍ଯ୍ୟଟନ ଭ୍ୟାନ୍ ଖାଇକୁ ଖସିଯାଇଥିଲା, ଫଳରେ 9 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକ ସ୍କୁଲରେ କାମ
କରୁଥିବା 7 ଜଣ ଶିକ୍ଷିକା ସମେତ 9 ଜଣଙ୍କ ମୃତ୍ୟୁ ହୋଇଛି।
କେରଳର ମଲପ୍ପୁରମ ଅଞ୍ଚଳରୁ 13 ଜଣ ଲୋକ ଭ୍ୟାନ୍ରେ ଭାଲପାରାଇ ବୁଲିବାକୁ
ଆସିଥିଲେ। ଭାଲପାରାଇରେ ବୁଲିବା ପରେ ସେମାନେ ପୋଲ୍ଲାଚି ମାର୍ଗରେ କେରଳକୁ ଫେରୁଥିଲେ।
ସେତେବେଳେ ଭାଲପାରାଇ ପାହାଡ଼ିଆ ରାସ୍ତାର 13ତମ ହେୟାରପିନ୍ ମୋଡ଼ରେ ଚାଳକ ଗାଡ଼ି ଉପରୁ
ନିୟନ୍ତ୍ରଣ ହରାଇଦେଇଥିଲେ। ଗାଡ଼ିଟି ସୁରକ୍ଷା ପ୍ରାଚୀରକୁ ଧକ୍କା ଦେଇ ପ୍ରାୟ 800 ଫୁଟ ଗଭୀର
ଖାଇରେ ପଡ଼ି 9ତମ ହେୟାରପିନ୍ ମୋଡ଼ ନିକଟରେ ଓଲଟିଯାଇ ବହୁତ କ୍ଷତିଗ୍ରସ୍ତ ହୋଇଥିଲା।
ଏହି ଭୟାବହ ଦୁର୍ଘଟଣାରେ 7 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଅନ୍ୟ 2 ଜଣଙ୍କ ପୋଲ୍ଲାଚି ସରକାରୀ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ଏହାଛଡ଼ା
3 ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା