ସିଏପିଏଫରେ ପଦୋନ୍ନତି ପ୍ରସଙ୍ଗ ଉଠାଇଲେ ରାହୁଲ ଗାନ୍ଧି, କହିଲେ- ନେତୃତ୍ୱ କର୍ତ୍ତାଙ୍କୁ ବାହାରୁ ଆଣିବା ଭୁଲ
ନୂଆଦିଲ୍ଲୀ, 02 ଏପ୍ରିଲ (ହି.ସ.)। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ମଧ୍ୟରେ ଯବାନମାନଙ୍କ ପଦୋନ୍ନତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ବଳମାନଙ୍କର ଶୀର୍ଷ ପ
ସିଏପିଏଫରେ ପଦୋନ୍ନତି     ପ୍ରସଙ୍ଗ ଉଠାଇଲେ ରାହୁଲ ଗାନ୍ଧି, କହିଲେ- ନେତୃତ୍ୱ କର୍ତ୍ତାଙ୍କୁ ବାହାରୁ ଆଣିବା ଭୁଲ


ନୂଆଦିଲ୍ଲୀ, 02 ଏପ୍ରିଲ

(ହି.ସ.)। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ମଧ୍ୟରେ ଯବାନମାନଙ୍କ ପଦୋନ୍ନତିକୁ ନେଇ ପ୍ରଶ୍ନ

ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ବଳମାନଙ୍କର ଶୀର୍ଷ ପଦଗୁଡ଼ିକ କେବଳ ଆଇପିଏସ

ଅଧିକାରୀମାନଙ୍କ ପାଇଁ ସଂରକ୍ଷିତ ଅଟେ ଏବଂ ଏହି ନୀତି ସେହି ଯବାନମାନଙ୍କର ମନୋବଳକୁ ଭଙ୍ଗ

କରୁଛି, ଯେମାଉଁନେ

ଦେଶର ପ୍ରଥମ ସୁରକ୍ଷା ରେଖାରେ ରହନ୍ତି।

ରାହୁଲ ଗାନ୍ଧୀ ଏକ୍ସରେ

ସେୟାର କରିଥିବା ଭିଡିଓ ପୋଷ୍ଟରେ ଅସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଜୟ ମଲିକଙ୍କ ଉଦାହରଣ ଦେଇଛନ୍ତି, ଯିଏ

ନକ୍ସଲ ମୁକାବିଲା ସମୟରେ ଆଇଇଡି ବିସ୍ଫୋରଣରେ ନିଜର ଗୋଟିଏ ପାଦ ହାରାଇଥିଲେ। ସେ କହିଛନ୍ତି ଯେ 15 ବର୍ଷରୁ ଅଧିକ ସେବା ସତ୍ୱେ ମଲିକଙ୍କୁ ପଦୋନ୍ନତି ମିଳିନାହିଁ ଏବଂ

ନିଜ ବଳକୁ ନେତୃତ୍ୱ ଦେବାର ଅଧିକାର ମଧ୍ୟ ଦିଆଯାଇନାହିଁ। ଏହା କେବଳ ଗୋଟିଏ ଅଧିକାରୀଙ୍କ ପୀଡ଼ା

ନୁହେଁ, ବରଂ

ଲକ୍ଷାଧିକ ଯବାନଙ୍କର ଯନ୍ତ୍ରଣା, ଯେଉଁମାନେ ସୀମାରେ ନିୟୋଜିତ ରହିଥାନ୍ତି, ଆତଙ୍କବାଦ

ଓ ନକ୍ସଲବାଦ ସହ ଲଢ଼ନ୍ତି ଏବଂ ନିର୍ବାଚନକୁ ସୁରକ୍ଷିତ କରନ୍ତି।

ସେ ଲେଖିଛନ୍ତି ଯେ ସରକାର

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଓ ଆପତ୍ତି ସତ୍ୱେ ଏହି ବ୍ୟବସ୍ଥାକୁ ସ୍ଥାୟୀ କରିବାକୁ ଲାଗିଛି। ଏହି

ବିଧେୟକ କେବଳ କ୍ୟାରିୟରକୁ ଅଟକାଇବାର ଚେଷ୍ଟା ନୁହେଁ,

ବରଂ ଯେଉଁମାନେ ଦେଶର ସୁରକ୍ଷାରେ ସର୍ବପ୍ରଥମେ ଦଣ୍ଡାୟମାନ, ସେମାନଙ୍କର

ମନୋବଳକୁ ଭଙ୍ଗ କରିବାର ଚେଷ୍ଟା। ଯେତେବେଳେ ଆମ ସେନାମାନଙ୍କର ମନୋବଳ ଭଙ୍ଗ ହୁଏ, ସେତେବେଳେ

ଜାତୀୟ ସୁରକ୍ଷାର ଭିତ୍ତି ଦୋହଲିଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande