ବର୍ତମାନ ବଜେଟ୍ ଅଧିବେଶନକୁ ନେଇ ସରକାର ସ୍ଥିତି ସ୍ପଷ୍ଟ କଲେ, ଶୀଘ୍ର ଡକାଯିବ ବୈଠକ
ନୂଆଦିଲ୍ଲୀ, ୦୨ ଏପ୍ରିଲ୍(ହି.ସ.) – ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ୍ ରିଜିଜୁ ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ସଦନକୁ ଆଜି ସ୍ଥଗିତ କରାଯିବ ଏବଂ ଶୀଘ୍ର ବହୁତ ମହତ୍ୱପୂର୍ଣ୍ଣ ବିଧେୟକ ଉପରେ ବିଚାର ପାଇଁ ପୁଣି ଡକାଯିବ। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଏହି ସୂଚନା ସେହି ସମୟରେ ଦେଇଛନ୍ତି, ଯେ
ବର୍ତମାନ ବଜେଟ୍ ଅଧିବେଶନକୁ ନେଇ ସରକାର ସ୍ଥିତି ସ୍ପଷ୍ଟ କଲେ, ଶୀଘ୍ର ଡକାଯିବ ବୈଠକ


ନୂଆଦିଲ୍ଲୀ, ୦୨ ଏପ୍ରିଲ୍(ହି.ସ.) – ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ୍ ରିଜିଜୁ ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ସଦନକୁ ଆଜି ସ୍ଥଗିତ କରାଯିବ ଏବଂ ଶୀଘ୍ର ବହୁତ ମହତ୍ୱପୂର୍ଣ୍ଣ ବିଧେୟକ ଉପରେ ବିଚାର ପାଇଁ ପୁଣି ଡକାଯିବ।

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଏହି ସୂଚନା ସେହି ସମୟରେ ଦେଇଛନ୍ତି, ଯେତେବେଳେ ବିରୋଧି ବଜେଟ୍ ଅଧିବେଶନର କାର୍ଯ୍ୟବାହୀକୁ ଆଗକୁ ବଢ଼ାଇବା ବା ଅନିଶ୍ଚିତକାଳ ପାଇଁ ସ୍ଥଗିତ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରିଜିଜୁ କହିଛନ୍ତି ଯେ ଏହି ବିଷୟ ଉପରେ ସରକାର ବିରୋଧିଙ୍କ ସହିତ ଚର୍ଚ୍ଚା କରିସାରିଛି ଏବଂ ଆଗକୁ ମଧ୍ୟ ରଣନୀତି ସ୍ଥିର କରିବା ପାଇଁ କିଛି ସପ୍ତାହ ପରେ ବୈଠକ ଆୟୋଜିତ କରାଯିବ।

ତେବେ ସଂସଦର ବର୍ତମାନ ବଜେଟ୍ ଅଧିବେଶନର କାର୍ଯ୍ୟବାହୀ ଅନିଶ୍ଚିତକାଳ ପାଇଁ ସ୍ଥଗିତ ହେବ ବା ଏକ ନିଶ୍ଚିତ ସମୟ ପରେ ଦ୍ୱିତୀୟ ଥର ଚାଲିବ, ଏହାକୁ ନେଇ ସ୍ଥିତି ସଫା ହୋଇଯାଇଛି। ସରକାରଙ୍କ ପକ୍ଷରୁ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟସଭାରେ କହିଛନ୍ତି ଯେ ଦୁଇ ତିନି ସପ୍ତାହ ପରେ ପୁଣି ବୈଠକ ଡକାଯିବ

ରାଜ୍ୟସଭାରେ କଂଗ୍ରେସ ନେତା ଜୟରାମ ରମେଶ ସରକାରଙ୍କ ଇଚ୍ଛା ଏବଂ ସମୟକୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଯେତେବେଳେ ମହିଳା ଆରକ୍ଷଣ ବିଧେୟକ ସଂସଦରେ ପାରିତ ହୋଇଥିଲା, ସେତେବେଳେ ବିରୋଧି ଏହାକୁ ୨୦୨୪ର ନିର୍ବଚନରେ ଲାଗୁ କରିବାର ଦାବି କରିଥିଲେ। ସେ କହିଛନ୍ତି ଯେ ସେହି ସମୟରେ ସରକାର ଜନଗଣନା ଏବଂ ପରିସୀମନ ପରେ ଏହାକୁ ଲାଗୁ କରିବାର କଥା କହିଥିଲେ, କିନ୍ତୁ ୩୦ ମାସ ପର୍ଯ୍ୟନ୍ତ ଏହି ଦିଗରେ କୌଣସି ପଦକ୍ଷେପ ଉଠାଯାଇ ନଥିଲା। ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଏବେ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ପରି ରାଜ୍ୟର ନିର୍ବାଚନକୁ ଦେଖି ସରକାର ସକ୍ରିୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande