ଅପ୍ରେଲ ୩-୪ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେନ୍ନାଇ ଓ ପୁଡୁଚେରୀ ଗସ୍ତ, ପ୍ରମୁଖ ଅଂଚଳଗୁଡ଼ିକ ରେଡ୍ ଜୋନ୍ ଘୋଷିତ
ଚେନ୍ନାଇ, ୨ ଅପ୍ରେଲ (ହି.ସ.)- ଅପ୍ରେଲ ୨୩ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତାମିଲନାଡୁରେ ରାଜନୈତିକ ବାତାବରଣ ଚରମରେ ପହଂଚିଛି । ପୁଡୁଚେରୀରେ ନିର୍ବାଚନ ଅପ୍ରେଲ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରେଲ ୩ ଏବଂ ୪
ଅପ୍ରେଲ ୩-୪ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେନ୍ନାଇ ଓ ପୁଡୁଚେରୀ ଗସ୍ତ, ପ୍ରମୁଖ ଅଂଚଳଗୁଡ଼ିକ ରେଡ୍ ଜୋନ୍ ଘୋଷିତ


ଚେନ୍ନାଇ, ୨ ଅପ୍ରେଲ (ହି.ସ.)- ଅପ୍ରେଲ ୨୩ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତାମିଲନାଡୁରେ ରାଜନୈତିକ ବାତାବରଣ ଚରମରେ ପହଂଚିଛି । ପୁଡୁଚେରୀରେ ନିର୍ବାଚନ ଅପ୍ରେଲ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରେଲ ୩ ଏବଂ ୪ ତାରିଖରେ ଚେନ୍ନାଇ ଏବଂ ପୁଡୁଚେରୀ ଗସ୍ତ କରି ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଚେନ୍ନାଇ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେ ଅନେକ ସରକାରୀ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ରାଲିରେ ଯୋଗଦେବେ । ଚେନ୍ନାଇ ବିମାନବନ୍ଦରରୁ ତାଙ୍କ ରହିବା ସ୍ଥାନ, ରାଜଭବନ ଏବଂ ତାଙ୍କ ଯାତ୍ରା ମାର୍ଗ ପର୍ଯ୍ୟନ୍ତ ସମସ୍ତ ଅଂଚଳ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି । ସୁରକ୍ଷା ଦାୟିତ୍ୱ ପାଇଁ ଚେନ୍ନାଇ ସହର ପୋଲିସ ସଶସ୍ତ୍ର ବାହିନୀ ଏବଂ ସ୍ୱତନ୍ତ୍ର ୟୁନିଟ୍ ସମେତ ୩,୦୦୦ ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଛି । ଚେନ୍ନାଇ ବିମାନବନ୍ଦର ଏବଂ ଗୁଇଣ୍ଡିରେ ରାଜଭବନକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି । ଏହି ଅଂଚଳଗୁଡ଼ିକରେ ଡ୍ରୋନ୍ କିମ୍ବା ଯେକୌଣସି ପ୍ରକାରର ମାନବରହିତ ବିମାନ ଉଡ଼ାଣ ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande