
କୋଲକାତା, 02 ଏପ୍ରିଲ (ହି.ସ.)। ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଅଧୀନରେ
ଭବାନୀପୁର ସିଟ୍ରୁ ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର
ଦିନ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ନିଜର ନାମାଙ୍କନ ପତ୍ର ଦାଖଲ
କରିଥିଲେ। ନାମାଙ୍କନ ପୂର୍ବରୁ ହାଜରା ମୋଡ଼ରୁ ଏକ ରୋଡ୍ ଶୋ ବାହାରିଥିଲଶ, ଯେଉଁଥିରେ ବହୁ ସଂଖ୍ୟକ ଦଳୀୟ ସମର୍ଥକମାନେ ଯୋଗ ଦେଇଥିଲେ। କିନ୍ତୁ, ଏହି ସମୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ରାଲି ଥିବା ସତ୍ୱେ ମଧ୍ୟ
ସୁରକ୍ଷାରେ ବ୍ୟାପକ ଅବହେଳା ଘଟଣା ସାମ୍ନାକୁ ଆସିଛି।
ରୋଡ୍ ଶୋ ସମୟରେ କାଳୀଘାଟ
ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ସମୀପରେ ବିଜେପି ଏବଂ ତୃଣମୂଳ କଂଗ୍ରେସ
ସମର୍ଥକମାନଙ୍କ ମଧ୍ୟରେ ନାରାବାଜି ଓ ତର୍କ ବିତର୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଦେଖିବାମାତ୍ରେ ତୃଣମୂଳର ପତାକା ନେଇ କିଛି କର୍ମୀ ବିଜେପିର ରାଲିରେ ପ୍ରବେଶ କରି ଦଳୀୟ
ସମର୍ଥକମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ଭାଜପାର କିଛି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।
ଏହାକୁ ପଶ୍ଚିମ ବଙ୍ଗ ପୋଲିସର ଅବହେଳା ଭାବେ ଦେଖାଯାଉଛି। ଅଭିଯୋଗ ହେଉଛି ଯେ ଗୃହମନ୍ତ୍ରୀଙ୍କ ରାଲି
ଥିଲେ ମଧ୍ୟ ଏପରି ପରିସ୍ଥିତି ହେବାର ସୂଚନା ଥିବା ସତ୍ୱେ ସୁରକ୍ଷା ବ୍ୟବସ୍ଥା ଠିକ୍ ଭାବେ
କରାଯାଇନଥିଲା।
ସୂଚନା ଅନୁସାରେ, ସର୍ଭେ ଭବନ ନିକଟରେ ମଧ୍ୟ ଦୁଇ ଦଳର ସମର୍ଥକମାନଙ୍କ ମଧ୍ୟରେ ବିବାଦ
ଦେଖାଯାଇଥିଲା। ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ତୃଣମୂଳ ସମର୍ଥକମାନଙ୍କ ଆକ୍ରମଣରେ ଜଣେ
ଭାଜପା କର୍ମୀ ଆହତ ହୋଇଛନ୍ତି ଏବଂ ତାଙ୍କ ଆଖିରେ ଆଘାତ ଲାଗିଛି।
ରୋଡ୍ଶୋ ସମୟରେ ସୁରକ୍ଷା
କାରଣରୁ ଗୋଟିଏ ସ୍ଥାନରେ ଅମିତ ଶାହଙ୍କୁ ଗାଡ଼ି ପରିବର୍ତ୍ତନ କରାଇ ସର୍ଭେ ଭବନ ପର୍ଯ୍ୟନ୍ତ ନିଆଯାଇଥିଲା, ଅନ୍ୟାନ୍ୟ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ମାର୍ଗରେ ଚାଲିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା