
ଜମ୍ମୁ, ଏପ୍ରିଲ ୨୦ (ହି.ସ.)-ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାରେ ସୋମବାର ଦିନ ଏକ ଯାତ୍ରୀବାହୀ ବସ୍ ପାହାଡ ତଳକୁ ଖସି ପଡ଼ିବା ଫଳରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଏବଂ ୨୦ ଜଣ ଆହତ ହୋଇଛନ୍ତି।ଦୁର୍ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଜିଲ୍ଲା ଡେପୁଟି କମିଶନରଙ୍କ ସହ କଥା ହୋଇଛନ୍ତି ଏବଂ ଗୁରୁତର ଆହତମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଲଜି ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶୋକ ପ୍ରକାଶ କରିଛନ୍ତି।ତାଙ୍କୁ କୁହାଯାଇଛି ଯେ େ ଦୁର୍ଘଟଣାଗ୍ରସ୍ତ ବସ ଆଜି ସକାଳେ ଏକ ଦୂର ଗାଁରୁ ଉଧମପୁର ଅଭିମୁଖେ ଯାତ୍ରା କରୁଥିଲା। ସକାଳ ପ୍ରାୟ ୧୦:୦୦ ଟା ସମୟରେ, ରାମନଗର ଅଞ୍ଚଳର କାଗୋଟେ ଗ୍ରାମ ନିକଟରେ, ବସ୍ଟି ଏକ ଭୟଙ୍କର ମୋଡ଼ରେ ନିୟନ୍ତ୍ରଣ ହରାଇ ଏକ ଘାଟିରେ ଖସିପଡ଼ିଲା।ସ୍ଥାନୀୟ ବାସିନ୍ଦା ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ; ସେମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତମାନଙ୍କୁ ଭଗ୍ନାବଶେଷରୁ ବାହାର କରିଥିଲେ। ସୂଚନା ପାଇବା ପରେ, ପୋଲିସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ କର୍ମଚାରୀମାନେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ପୀଡିତମାନଙ୍କୁ ବାହାର କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଘାଟି ଏବଂ ବସ୍ ଭଗ୍ନାବଶେଷରୁ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେତେବେଳେ ୨୦ ଜଣ ଆହତଙ୍କୁ ଡାକ୍ତରଖାନାକୁ ପଠାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣା ପରେ ଉଧମପୁର ଡେପୁଟି କମିଶନର ମିଙ୍ଗା ଶେର୍ପାଙ୍କ ସହ କଥା ହୋଇଥିଲେ।ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଉଧମପୁରର ଡେପୁଟି କମିଶନର ମିଙ୍ଗା ଶେର୍ପାଙ୍କ ସହ କଥା ହୋଇଥିଲେ ମୁଁ ଏକ ଘଣ୍ଟା ପୂର୍ବରୁ କାନୋଟେ ଗ୍ରାମ ନିକଟରେ ରାମନଗରରୁ ଉଧମପୁର ଯାଉଥିବା ଏକ ସାଧାରଣ ପରିବହନ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ସମ୍ପର୍କରେ ସୂଚନା ପାଇଥିଲି,ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା