
ବଲାଙ୍ଗୀର, ୨୦ ଏପ୍ରିଲ୍(ହି.ସ.) – ଅକ୍ଷୟ ତୃତୀୟା ୨୦୨୬ ଅବସରରେ ଆଜି ସକାଳ ୭ଟାରେ ସୋନପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଅକ୍ଷୟ ତୃତୀୟା ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବିଜ୍ଞାନୀ ଓ ମୁଖ୍ୟ ଶ୍ରୀ ବିଶ୍ୱରଞ୍ଜନ ପଟ୍ଟନାୟକ, ସୁବର୍ଣ୍ଣପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ ଏବଂ ଏଡିଓ ମନୋରଞ୍ଜନ ସେଠୀ, ସମାଜସେବୀ ବେଣୁଧର ଦାସ ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।
ଏହି ଅବସରରେ ପାରମ୍ପରିକ ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା, ‘ଅଖି ମୁଠି ଅନୁକୂଳ’ କାର୍ଯକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଓ ସମାଜସେବୀଙ୍କ ସହ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ ବ୍ୟକ୍ତିମାନେ ଏହି ଚାଷ କାମରେ ଅଂଶଗ୍ରହଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର କଳାକାରମାନଙ୍କ ଦ୍ୱାରା ଚାଷ କାମ ସମୟରେ ପାରମ୍ପରିକ ହଳ ଗୀତ ପରିବେଷଣ କରାଯାଇଥିଲା। ପରେ ପୂଜା ଓ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା, ଯେଉଁଥିରେ ଏଡିଏମ, ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଓ ସମାଜସେବୀମାନେ ଉପସ୍ଥିତ ଥିଲେ। ଏହା ସହିତ ରାଜ୍ୟସ୍ତରୀୟ କୃଷି ଦିବସ ଓ ସିଏମ କିସାନ ଯୋଜନର ଲାଭ ବିତରଣ କାର୍ଯ୍ୟକ୍ରମର ଲାଇବ୍ ଷ୍ଟ୍ରିମିଙ୍ଗ କରାଯାଇଥିଲା।
ଅନ୍ୟ ଉପସ୍ଥିତ ଅଧିକାରୀମାନଙ୍କ ମଧ୍ୟରେ ଯୋଜନା ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ,ଅତିରିକ୍ତ କୃଷି ଅଧିକାରୀ, ବିଭୂତି ଭୂଷଣ ସେଠୀ, ଯୋଜନା ଅଧିକାରୀ ସ୍ୱାସ୍ତିକ କୁମାର ହୋତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସୁପ୍ରଭା ସେଠୀ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ