
କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ଼ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଭୂମି ପୂଜନ କରିବା ସହିତ ହଳ କରି ଅଖିମୁଠି ଅନୂକୁଳ କରିଛନ୍ତି। ଏହି ଅବସରରେ ଶାଳବଣି ମଣ୍ଡଳ ବିଜେପି ଆନୁକୁଲ୍ୟରେ ଏକ ଚାଷୀ ସମାବେଶ କରାଯାଇଥିଲା। ଆନନ୍ଦପୁର ସବଡିଭିଜନରେ ବିଭିନ୍ନ ଚାଷରେ ସଫଳତା ହାସଲ କରିଥିବା ୧୬ ଜଣ ଚାଷୀ ମାନଙ୍କୁ ମାନପତ୍ର, ଉତ୍ତରୀୟ, ଧୋତି ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଚାଷୀ ସମାବେଶରେ ଉପସ୍ଥିତ ଚାଷୀ ମାନଙ୍କୁ ମୁଖ୍ୟ ଅତିଥି ମହେଶ୍ଵର ସାହୁ ଭାରତ ବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଡବଲ ଇଞ୍ଜିନ ସରକାର ଚାଷୀ ମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଫଳରେ ଚାଷୀ ଆଜି ତା'ର ଲାଭ ପାଉଛି। ଯଦ୍ଵାରାକି ଚାଷୀର ଅର୍ଥନୈତିକ ଉନ୍ନତି ହେବାରେ ଲାଗିଛି ବୋଲି ଶ୍ରୀ ସାହୁ କହିଥିଲେ। ଶାଳବଣି ମଣ୍ଡଳ ବିଜେପି ସଭାପତି ତପନ କୁମାର ପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ମୁନିସିପାଲିଟିର ପୂର୍ବତନ ନଗରପାଳ ଶାନ୍ତନୁ କୁମାର ସେଠୀ, ବିଜେପି ବରିଷ୍ଠ ନେତା ଟୁକୁନା ମହାନ୍ତ, କମଳାକାନ୍ତ ସୁର, ସନ୍ୟାସୀ ପାତ୍ର, ଶରତ ଚନ୍ଦ୍ର ନାଏକ, ବିଜୟ କୁମାର ଜେନା, କାଳନ୍ଦି ଚରଣ ସାହୁ, ନାରାୟଣ ବାରିକ, ପୀତବାସ ଗାହାଣ, ରାଧେଶ୍ୟାମ ଘଡେଇ, ରାଜନ ଘଡେଇ, ପ୍ରମୋଦ ଦାସ, ଅତୁଲ ଚରଣ ବେହେରା, ପ୍ରଦୀପ କୁମାର ଖୁଣ୍ଟିଆ, ଶ୍ରୀମତୀ ପ୍ରଦୀପ୍ତା ସୂର, ଶ୍ରୀମତୀ ବବିତା ସାହୁ, ମହେଶ୍ଵର ସାହୁ, ରମାକାନ୍ତ ସୂର, ପ୍ରହଲ୍ଲାଦ ନାୟକ, ବସନ୍ତ କୁମାର ସାହୁ, ଦୁର୍ଯ୍ୟଧନ ସାହୁ, ଗଗାଂଧର ସାହୁ, କାଳନ୍ଦୀ ଚରଣ ସାହୁ, ହୃଷୀକେଶ ପାତ୍ର, ହେମନ୍ତ କୁମାର ସାହୁ, ମନସା ସାହୁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA