
କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତରେ ଅଖିମୁଠି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୂଳ କର ିକାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସନ୍ନିକଟରେ ଥିବାଚାଷଜମିରେଏହିକାର୍ଯ୍ୟକ୍ରମହୋଇଥିଲା। ପୂଜାର୍ଚ୍ଚନା ପରେବିଧାୟକଶ୍ରୀବେହେରା ଅଖିମୁଠୀ ଅନୁକୂଳକରିଥିଲେ। ଆୟୋଜିତ ଏହ ିକାର୍ଯ୍ୟକ୍ରମରେ ସ୍ଥାନୀୟ ଭାଗବତପୁର ପଂଚାୟତର ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ, ଯୁବ ବିଜେଡି ସଭାପତି ସଙ୍ଗମ କେଶରୀ ସାମଲ, ବ୍ଲକ ବିଜେଡ ିସଭାପତି ଆଲୋକ ସାହୁ, ଯୁବନେତା ସମ୍ଭିତ୍ ଶ୍ରୀଚନ୍ଦନ, ଦାମୋଦର ଜେନାଙ୍କ ସହିତ ସ୍ଥାନୀୟ ଅଂଚଳର ବହୁବ୍ୟକ୍ତି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି