ଜିିଲ୍ଲାର ଶତାଧିକ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଅଖିମୁଠି କାର୍ଯ୍ୟକ୍ରମକୁ ଉପଭୋଗ କଲେ
କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ବ୍ଲକ ଓ ଡେରାବିଶ ବ୍ଲକର ଶତାଧିକ ଚାଷୀ ପବିତ୍ର ଅକ୍ଷୟ ତୃତୀୟାରେ ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କର କଟକ ଠାରେ ଆୟୋଜିତ ପବିତ୍ର ଅଖିମୁଠି କାର୍ଯ୍ୟକ୍ରମର ସିଧାସଳଖ
ଜିିଲ୍ଲାର ଶତାଧିକ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଅଖିମୁଠି କାର୍ଯ୍ୟକ୍ରମକୁ ଉପଭୋଗ କଲେ


କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ବ୍ଲକ ଓ ଡେରାବିଶ ବ୍ଲକର ଶତାଧିକ ଚାଷୀ ପବିତ୍ର ଅକ୍ଷୟ ତୃତୀୟାରେ ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କର କଟକ ଠାରେ ଆୟୋଜିତ ପବିତ୍ର ଅଖିମୁଠି କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଭିଡିଓକନଫରେନ୍ସି ମାଧ୍ୟମରେ ଦେଖି ଉପଭୋଗ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ବକ୍ତବ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କର ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଥିବା ଚାଷୀମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାର କୃଷକ ଓ କୃଷିର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଜଣାଇଥିଲେ। ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ପୋଟାଲ ସହିତ ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ସମସ୍ତ ପ୍ରକାର ଯୋଜନା ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀଙ୍କ ସହିତ ଏଡିଓ ମାର୍ଶାଘାଇ ହେମନ୍ତ କୁମାର ସାମଲ, ପ୍ରମୋଦିନୀ ପ୍ରଧାନ, ବନଲତା ବେହେରା, ପାୟଲ୍ ପ୍ରିୟଦର୍ଶନୀ, ନିହାରିକା ସାହୁ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ପ୍ରସାରଣକୁ ପ୍ରଦର୍ଶନ ଦେଖାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande