ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ମୁର୍ଗା ମହାଦେବ ଭାଗର ଶାଖା ମିଳନ
ଚମ୍ପୁଆ, ୨୦ ଏପ୍ରିଲ୍ (ହି.ସ.) - ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ମୁର୍ଗା ମହାଦେବ ଭାଗ କେନ୍ଦୁଝର ପକ୍ଷରୁ ଶାଖା ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉଦ୍ୟୋଗପତି ସୁଶାନ୍ତ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ଜିଲ
ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ମୁର୍ଗା ମହାଦେବ ଭାଗର ଶାଖା ମିଳନ


ଚମ୍ପୁଆ, ୨୦ ଏପ୍ରିଲ୍ (ହି.ସ.) - ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ମୁର୍ଗା ମହାଦେବ ଭାଗ କେନ୍ଦୁଝର ପକ୍ଷରୁ ଶାଖା ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉଦ୍ୟୋଗପତି ସୁଶାନ୍ତ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ଜିଲା ଶାଖା ପ୍ରମୁଖ ଭାଗିରଥି ପୃଷ୍ଟି ଓ ମୁଖ୍ୟ ବକ୍ତା ଭାବେ ଓଡିଶା ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ସୁଦର୍ଶନ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ମହୋତ୍ସବରେ ଚମ୍ପୁଆ ଖଣ୍ଡ, ଯୋଡା ଖଣ୍ଡ, ବଡବିଲ ନଗର ଓ ଯୋଡା ନଗର ଅଂଚଳର ୩୦ ଗୋଟି ଶାଖାର ସ୍ୱୟଂସେବକ କାର୍ଯ୍ୟକର୍ତା ଗଣ ଯୋଗ ଦାନ କରିଥିଲେ । ଏଥିରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତି ଅବସରରେ ଏହି ଶାଖା କୁମ୍ଭ ଅନୁଷ୍ଠିତ ହୋଇଥିଲା । ସର୍ବ ବ୍ୟବସ୍ଥା ପ୍ରମୁଖ ଧରଣୀଧର ଦାସ, ଚମ୍ପୁଆ ସଂଯୋଜକ ଦୁଷ୍ମନ୍ତ ମହାନ୍ତ ଓ ବ୍ୟବସ୍ଥା ପ୍ରମୁଖ ଘନଶ୍ୟାମ ମହାନ୍ତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଷ୍ଟ୍ରିୟ ସ୍ୱୟଂ ସେବକ ଶାଖାକୁ ଗ୍ରାମାଂଚଳ ଗୁଡିକରେ ବିକାଶ କରିବା ସହ ଶାଖା ଲଗାଇବା ଲକ୍ଷ୍ୟ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାରୀରିକ, ଯୋଗ, ବୌଦ୍ଧିକ, ସଂଗୀତ ଓ ବିଭିନ୍ନ ପ୍ରକାର ସଂସ୍କାର ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଶତାଧିକ ସ୍ୱସଂସେବକ ସଂଘ କାର୍ଯ୍ୟକର୍ତା ଯୋଗଦାନ କରି ଆଗମୀ ଦିନର କାର?୍ୟ୍ୟପନ୍ଥା ସ୍ଥିର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande