
କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ୧ ଲକ୍ଷ ୭୦ ହଜାର କ୍ଷୁଦ୍ର ନାମମାତ୍ର ଚାଷୀ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ଉପକୃତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ୮୪ ଜଣ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ କିସ୍ତି ତାଙ୍କ ବ୍ୟାଙ୍କ ଆକାଉଂଟ ଖାତାକୁ ସିଧାସଳଖ ଭାବେ ପଠାଯାଇଛି। ଏହା ସହିତ ଜିଲ୍ଲାର ୯୮୯ ଜଣ ଭୂମିହୀନଙ୍କୁ ୪ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ସହିତ ମାର୍ଶାଘାଇ ବିଏଓ ପ୍ରମୋଦିନୀ ପ୍ରଧାନ, ଡେରାବିଶର ବନଲତା ବେହେରା ଓ ଯୋଜନା ଅଧିକାରୀ ପାୟଲ୍ ପ୍ରିୟଦର୍ଶନୀ ନାୟକ, ଏଏସ୍ପିଓ ନିହାରିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି