ସିଟିକିଡସ ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ
କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.) - କେନ୍ଦୁଝର ସହରର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ସିଟିକିଡ଼ସ ସ୍କୁଲର ବାର୍ଷିକଉତ୍ସବ ସ୍ଥାନୀୟ କାଳିପଡିଆଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ୱସକା ସ୍ୱେଛାସେବୀ ସଂଗଠନର ସମ୍ପାଦିକା ତଥା ସମାଜସେବି ଶ୍ରୀଯୁକ୍ତା
ସିଟିକିଡସ ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ


କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.) - କେନ୍ଦୁଝର ସହରର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ସିଟିକିଡ଼ସ ସ୍କୁଲର ବାର୍ଷିକଉତ୍ସବ ସ୍ଥାନୀୟ କାଳିପଡିଆଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ୱସକା ସ୍ୱେଛାସେବୀ ସଂଗଠନର ସମ୍ପାଦିକା ତଥା ସମାଜସେବି ଶ୍ରୀଯୁକ୍ତା ଧରିତ୍ରୀ ରାଉତ ଛାତ୍ରଛାତ୍ରୀ ମାନେ ନିଜର ବ୍ୟବହାର ଶୃଙ୍ଖଳାଜ୍ଞାନ ଏବଂ ସମୟାନୁବର୍ତିତା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେବା ସହ ସମାଜରେ ଭଲ ମଣିଷ ହେବାକୁ କହିଥିଲେ। ସିଟିକିଡ଼ସ ଶିକ୍ଷାନୁଷ୍ଠାନଟି କେନ୍ଦୁଝର ସହରରେ ଏକ ଅଗ୍ରଣୀ ଅନୁଷ୍ଠାନ ରୂପେ ତାର ପରିଚୟକୁ ସ୍ୱତନ୍ତ୍ର ଭାବରେ ସୃଷ୍ଟି କରିପାରିଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ମଳୟ କୁମାର ମହାପାତ୍ର ଏବଂ ସମ୍ମାନିତ ଅତିଥିଭାବେ ବୁଦ୍ଧିଜୀବୀ ତଥା ସାହିତ୍ୟିକ ଭରତ ଚନ୍ଦ୍ର ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ସିଟିକିଡ଼ସ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଉତମ ଶିକ୍ଷା ପ୍ରଦାନ କରିବା ସହ ତାଙ୍କର ଲୁକକାଇତ ପ୍ରତିଭା କିପରି ଲୋକଲୋଚନକୁ ଆସିବ ସେଥିନିମନ୍ତେ ଧ୍ୟାନ ଦେଉଥିବାରୁ ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅନୁଷ୍ଠାନଟି କିପରି ଆହୁରି ଆଗକୁ ଯିବ ସେଥିନିମନ୍ତେ ଅତିଥି ମାନେ ବହୁ ଉପାଦେୟ କଥା ଆଲୋକପାତ କରିଥିଲେ। ସିଟିକିଡ଼ସ ସ୍କୁଲର ଅଧ୍ୟକ୍ଷ ସତ୍ୟନାରାୟଣ ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ବାର୍ଷିକଉତ୍ସବରେ ବହୁ ଅଭିଭାବକ ଅଭିଭାବିକା ସହରବାଶୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସଭାକାର୍ଯ୍ୟଟିକୁ ସତ୍ୟଜିତ ମିଶ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ତଫାନ କୁମାର ପାତ୍ର ସଂଯୋଜନା କରିଥିବାବେଳେ ସ୍କୁଲର ପ୍ରତିଷ୍ଠାତା ଅମରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande