
ଜୟପୁର, ୨୦ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହର ଖ୍ରିଷ୍ଟିଆନପେଟା କୋର୍ଟ ରାସ୍ତା ଜବରଦଖଲ ହୋଇଛି । ଉଛେଦ କରି କୋର୍ଟକୁ ହସ୍ଥାନ୍ତର କରିବାକୁ ଜୟପୁର ପୌରପାଳିକାକୁ ନିର୍ଦେଶ ଆସିଥିଲ।। କୋର୍ଟ ରାସ୍ତା ପ୍ରତ୍ୟେକ ଦିନ ଜନ ଗହଳି ରହୁଛି । ଫଳରେ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏହି ନିର୍ଦେଶ ପାଇବା ପରେ ଜୟପୁର ପୌରପାଳିକା ଓ ତହସିଲ ବିଭାଗ ତରଫରୁ ମ୍ୟାପ ଅନୁଯାୟୀ ମାପଚୁପ ଆରମ୍ଭ କରାଯାଇଥିଲା। ପରେ ସୂଚନା ପାଇବା ପରେ ସ୍ଥାନୀୟ କାଉନସିଲର ପ୍ରଣବ ପ୍ରକାଶ ନାୟକଙ୍କ ନେତୃତ୍ଵରେ ବସ୍ତି ବାସିନ୍ଦା ଏକତ୍ରିତ ହୋଇ କୋର୍ଟ ରାସ୍ତା କୁ ଅବରୋଧ କରିଥିଲେ । ପରେ ଜୟପୁର ତହିଲଦାର ସବ୍ୟ ସାଚି ଜେନା, ପୌର କାଯ୍ୟ ନିବାହି ଅଧିକାରି ପୁଜା ରାଉତ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ପହଞ୍ଚି ଦୀର୍ଘ ୨ ଘଣ୍ଟା ବୁଝା ସୁଝା କରିଥିଲେ । ଆଜି ମାପଚୁପ ହେବ । ନୋଟିସ ଦେବା ପରେ ଉଛେଦ କରାଯିବ । ସ୍ଥାନୀୟ ବସାନ୍ଦି ଙ୍କ କହିବା ଅନୁଯାଇ ୩ ପୁରୁଷ ଧରି ଉକ୍ତ ସ୍ଥାନରେ ଘର କରି ରହୁଛୁ । ଏବେ ଉଛେଦ କଲେ ଆମେ ଯିବୁ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ପ୍ରଥମେ ଥଇଥାନ କରାଯାଉ ପରେ ଉଛେଦ କରାଯାଉ ବୋଲି ନିଜ ଜିଦରେ ଅଟଳ ରହିଥିଲୋ ପ୍ରଶାସନ ପହଞ୍ଚି ଆଲୋଚନା କରିଥିଲା । ଏଠାରେ ଉଭୟ ପାର୍ଶ୍ଵରେ ପ୍ରାୟ ୪୫ଟି ଘର ରହିଥିବା ଅକଳନ କରାଯାଇଛି । ଆଗରୁ ମାପଚୁପ କରାଯାଇ ନୋଟିସ ମଧ୍ୟ କରାଯାଇଥିଲା । କୋର୍ଟ ନାମରେ ଜମି ରହିଥିବାରୁ ଏହା ଜବର ଦଖଲ ହୋଇଛି । ଏହାକୁ ଉଛେଦ କରି କୋର୍ଟକୁ ହସ୍ତାନ୍ତର କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ବୁଝା ସୁଝା ପରେ ମାପଚୁପ ଆରମ୍ଭ ହୋଇଛି । ମାପଚୁପ ସମୟରେ ରାଜସ୍ଵ ସୁପର ଭାଇଜର ହରିହର ଶତପଥି, ଅମିନ ଶୁଭସ୍ମିତା ଜେନା, ଅଭିନାଶ ସାନ୍ତ୍ରାପାତ୍ର, ପରିମଳ ନିରିକ୍ଷଣ ସତ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି