ଧରଣୀଧର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ
କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- ଓଡ଼ିଶା ଲୋକଭବନ, ଭୁବନେଶ୍ଵରର ପ୍ରେସ ବିଜ୍ଞପ୍ତି ତା ୦୬-୦୪-୨୦୨୬ ଅନୁଯାୟୀ ଧରଣୀଧର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ପାତ୍ରୋ ଆଜି ପୂର୍ବାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଇ ଆଇ ଟି ମୁମ୍ବାଇରୁ ପିଏଚଡି ଡ଼ିଗ୍ରୀ ହାସଲ କରିଥି
Dd university


କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- ଓଡ଼ିଶା ଲୋକଭବନ, ଭୁବନେଶ୍ଵରର ପ୍ରେସ ବିଜ୍ଞପ୍ତି ତା ୦୬-୦୪-୨୦୨୬ ଅନୁଯାୟୀ ଧରଣୀଧର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ପାତ୍ରୋ ଆଜି ପୂର୍ବାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଇ ଆଇ ଟି ମୁମ୍ବାଇରୁ ପିଏଚଡି ଡ଼ିଗ୍ରୀ ହାସଲ କରିଥିବା ପ୍ରଫେସର ପାତ୍ରୋ ଏହା ପୂର୍ବରୁ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲଜି, ବୁର୍ଲା, ସମ୍ବଲପୁରରେ ସିଭିଲ ଇଞ୍ଜିନିୟରିଂ ପ୍ରଫେସର ଭାବରେ ଅଧ୍ୟାପନା କରିବା ସହିତ ବିଭାଗ ମୁଖ୍ୟ ଦାୟିତ୍ଵରେ ଥିଲେ। ଆଜି ମଧ୍ୟାହ୍ନରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା କର୍ମଚାରୀ ମାନେ କୁଳପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ କୁଳପତି ତାଙ୍କ ଉଦବୋଧନରେ କହିଥିଲେ, ସମସ୍ତଙ୍କର ଆନ୍ତରିକ ସହଯୋଗରେ ଏହି ନୂଆ ବିଶ୍ୱବିଦ୍ୟାଳୟ ଆଗକୁ ବଢ଼ି ପାରିବ। ଉନ୍ନତ ଗବେଷଣା ତଥା ଶୈକ୍ଷିକ ବାତାବରଣକୁ ଗୁରୁତ୍ୱ ଦେଇ ସେ ବିଶ୍ୱବିଦ୍ୟାଳୟକୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ ଛିଡ଼ା କରେଇବାକୁ ଆହ୍ୱାନ ଦେଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆରେ ତାଙ୍କର ଅଭିଭାଷଣ ଓଡ଼ିଆ ଅସ୍ମିତାକୁ ପ୍ରଦର୍ଶିତ କରିଥିଲା । ଏଥି ସହିତ ନୂତନ ଶିକ୍ଷା ନୀତିର ପ୍ରୟୋଗରେ କେନ୍ଦୁଝରର ମାନବ ସମ୍ବଳର ବିକାଶ ସାଧନ ପାଇଁ ସମସ୍ତଙ୍କୁ ଆତ୍ମୀୟତାର ସହିତ କାମ କରିବାକୁ ମାର୍ଗଦର୍ଶନ କରିଥିଲେ।ତାଙ୍କର ଯୋଗଦାନରେ ବିଶ୍ଵବିଦ୍ୟାଳୟର କାର୍ଯ୍ୟ ଆହୁରି ତ୍ଵରାନ୍ଵିତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande