ଜିିଲ୍ଲା ସ୍ତରୀୟ କୃଷକ ଦିବସ ଓ ଅଖିମୁଠି କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଠାରେ ଥିବା କୃଷିବିଜ୍ଞାନ କେନ୍ଦ୍ରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକ୍ରମରେ ମ
ଜିିଲ୍ଲାସ୍ତରୀୟକୃଷକ ଦିବସ ଓ ଅଖିମୁଠୀକାର୍ଯ୍ୟକ୍ରମ ।


କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଠାରେ ଥିବା କୃଷିବିଜ୍ଞାନ କେନ୍ଦ୍ରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାର୍, କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୁସ୍ମିତା ମହାନ୍ତି, ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ ପ୍ରମୁଖ ଉପସ୍ଥିତ ରହି କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଅଖିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏଥିସହିତ ଏକ ସୁସଜ୍ଜିତ କୃଷି ରଥକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ରଥଟି ଜିଲ୍ଲାସାରା ପରିକ୍ରମା କରି କୃଷକମାନଙ୍କୁ କୃଷି ଯୋଜନା ସମ୍ପର୍କରେ ସଚେତନ କରିବ। ଆୟୋଜିତଏହ ିକାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ. ତାପସ ରଂଜନ ସାହୁ, ଡଃ.ପ୍ରଭଞ୍ଜନ ମିଶ୍ର, ଡଃ.ଗାୟତ୍ରୀସାହୁ, ଡଃ.ମାନସ ରଞ୍ଜନ ବେହେରାଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବରିଷ୍ଠ ଚାଷୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande