ବିଶିଷ୍ଟ ସଂଚାର କଳାକାର ଦୁଃଖନାଶନ ବେହେରାଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର, ୨୦ ଏପ୍ରିଲ (ହି.ସ.)- ସମ୍ବଲପୁରର ବିଶିଷ୍ଟ ସଂଚାର କଳାକାର ଦୁଃଖନାଶନ ବେହେରାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ଶୋକ ବାର୍ତାରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ସମ୍ବଲପୁରର ବିଶିଷ୍ଟ ସଂଚାର କଳାକାର ଶ୍ରୀ ଦୁଃଖନାଶନ ବେହେର
dp


ଭୁବନେଶ୍ୱର, ୨୦ ଏପ୍ରିଲ (ହି.ସ.)- ସମ୍ବଲପୁରର ବିଶିଷ୍ଟ ସଂଚାର କଳାକାର ଦୁଃଖନାଶନ ବେହେରାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ୍ସରେ ଏକ ଶୋକ ବାର୍ତାରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ସମ୍ବଲପୁରର ବିଶିଷ୍ଟ ସଂଚାର କଳାକାର ଶ୍ରୀ ଦୁଃଖନାଶନ ବେହେରାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଂଚାର ଭଳି ପାରମ୍ପରିକ କଳାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ସଂଚାର ଗାୟନର ସ୍ୱତନ୍ତ୍ର ଶୈଳୀ ସବୁ ଦିନ ପାଇଁ ଶ୍ରୋତାଙ୍କ ମନରେ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande