
ନୂଆଦିଲ୍ଲୀ, ୨୦ ଏପ୍ରିଲ୍(ହି.ସ.) – ନିର୍ବାଚନ ଆୟୋଗ(ଇସିଆଇ) ନିଷ୍ପକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ଭୋଟ୍ଦାନ ଏବଂ ଭୋଟ୍ ଗଣନା ଦିନରେ ଡ୍ରାଇ-ଡେ(ଶରାବବନ୍ଦୀ) ସମ୍ବନ୍ଧରେ ଶକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ୱିତୀୟଥର ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ୧୫ ମାର୍ଚ୍ଚ ୨୦୨୬କୁ ଆସାମ, କେରଳ, ପୁଡ଼ୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତଥା ୬ ରାଜ୍ୟରେ ଉପନିର୍ବାଚନର ଘୋଷଣା ସହିତ ଆଦର୍ଶ ଆଚାର ସଂହିତା ଲାଗୁ ହୋଇଯାଇଥିଲା।
ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ(ପ୍ରଥମ ପର୍ଯ୍ୟାୟ) ରାଜ୍ୟରେ ଭୋଟ୍ଦାନ ୨୩ ଅପେଲ୍କୁ ନିର୍ଦ୍ଧାରିତ ହୋଇଥିଲାବେଳେ ବଙ୍ଗଳାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ଦାନ ୨୯ ଅପ୍ରେଲକୁ ହେବ। ଏହାବ୍ୟତୀତ, ସମସ୍ତ ମତଦାନ କରିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଭୋଟ୍ଗଣା ୪ ମଇକୁ ହେବ।
ଲୋକ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୧ ଧାରା ୧୩୫ସିରେ ଆୟୋଗ ସ୍ପଷ୍ଟ କରିଛି ଯେ ମତଦାନ ସମାପ୍ତ ହେବାର ନିର୍ଦ୍ଧାରିତ ସମୟରୁ ୪୮ ଘଂଟା ପୂର୍ବରୁ ସମ୍ବଧିତ ନିର୍ବାଚନ କ୍ଷେତ୍ରରେ ମଦର ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧ ରହିବ। ଏହି ପ୍ରତିବନ୍ଧ ହୋଟେଲ୍, ଭୋଜନାଳୟ, ମଧୁଶାଳା, ଦୋକାନ ଏବଂ କୌଣସି ସାର୍ବଜନିକ ବା ଘରୋଇ ସ୍ଥାନରେ ଲାଗୁ ହେବ। ଭୋଟ୍ଗଣନା ଦିନ ଅର୍ଥାତ୍ ୪ ମଇକୁ ମଧ୍ୟ ପୁରା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ‘ଡ୍ରାଇ-ଡେ’ ଘୋଷିତ କରାଯାଇଛି। ଏଥିରେ ଯଦି କୌଣସି ପୁର୍ନମତଦାନ ହେଉଛି, ତେବେ ତା’ର ତାରିଖ ମଧ୍ୟ ସାମିଲ ହେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି