


ବଲାଙ୍ଗିର, ୨୦ ଏପ୍ରିଲ୍ (ହି.ସ.)- ଆଜି ଅକ୍ଷୟ ତୃତୀୟା ତିଥିରେ ଅଖିଳ ଭାରତୀୟ ଗାୟତ୍ରି ପରିବାର ବଲାଙ୍ଗିର ଶାଖା ପକ୍ଷରୁ ପ୍ରବଳ ଗ୍ରୀଷ୍ମତାପରୁ ସାଧାରଣ ବାଟୋଇ ମାନଙ୍କ ପାଇଁ ସ୍ଥାନିୟ ଗୋପାଳଜୀ ମନ୍ଦିର ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ଠାରେ ପରିଜନ ମାନେ ଦହି ପାଣି ବଣ୍ଟନ କରିଥିଲେ। ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ଆଗ୍ରହର ସହିତ ଏଠାରୁ ଦହି ପାଣି ପିଇ ତୃଷା ମେଣ୍ଟାଇ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ