


ସୁବର୍ଣ୍ଣପୁର, ୨୦ ଏପ୍ରିଲ୍(ହି.ସ.) – ତରଭା ପଂଚାୟତ ସମିତି ଅନ୍ତର୍ଗତ ଝାରତରଭା ଗ୍ରାମ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ. କେ. ହରି ପ୍ରସାଦ, ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତି ଓ ସମସ୍ୟା ନିହିତ ସର୍ବମୋଟ ୨୭(ସତେଇଶ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୨୧(ଏକୋଇଶି) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୬(ଛଅ) ଗୋଟି ସାମୁହିକ ଦରଖାସ୍ତ ହସ୍ତଗତ ହୋଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତରଭା ଶିବାନନ୍ଦ କର୍ମୀ ଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
କାର୍ଯକ୍ରମରେ ଉପସ୍ଥିତ ଥିଲେ ଭାରପ୍ରାପ୍ତ ସିଡିଓ କମ୍ ଇଓ, ଜିଲ୍ଲା ପରିଷଦ, କାଳିଆ ମଲ୍ଲିକ, ସହାୟକ କଲେକ୍ଟର, ଅଜିତ ତ୍ରିପାଠୀ, ତରଭା ତହସିଲଦାର, ଶ୍ୱେତାଲିନା ମହାଣା, ଫରେଷ୍ଟର, ଗୋପାଳ ପଣ୍ଡା, ବ୍ଲକ ଅଧ୍ୟକ୍ଷ, କୁମ୍ଭାର ମୁଣ୍ଡା, ସରୋଜ କମ୍ପ, ଜିଲ୍ଲା ପଂଚାୟତ ଅଧିକାରୀ, ଅର୍ଜୁନ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ, ମୀନାରାଣୀ ମଙ୍ଗଳ, ଜିଲ୍ଲା କଲ୍ୟାଣ ଅଧିକାରୀ, ଅଚ୍ୟୁତ ନନ୍ଦ ସିଂହ, ଜଳସମ୍ପଦ ବିଭାଗ ଅଧିକାରୀ, ସଳଖାନ ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚତୁର୍ଭୁଜ ଦାସ, ତରଭା ସିଡିପିଓ, ଜ୍ଞାନନ୍ଦା ମହାନନ୍ଦ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସହାୟକ ଶ୍ରମ ଅଧିକାରୀ, ସପ୍ରତି ପ୍ରଧାନ, ବ୍ଲକ ସମାଜ ସୁରକ୍ଷା ଅଧିକାରୀ, ତରଭା, ପ୍ରଭାସ କର୍ଣ୍ଣ, ପଂଚାୟତ ଇଓ, ଶଙ୍କର।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ