
କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ବ୍ରାହ୍ମଣ ସଭାର ଏକ ସାଧାରଣ ପରିଷଦ ବୈଠକ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ନିତ୍ୟାନନ୍ଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ କର୍ମକର୍ତା ଚୟନ କରାଯାଇଥିଲା। ଏହି ସଭାରେ ସଭାପତି ଭାବେ ପଣ୍ଡିତ ହୃଷିକେଶ ରଥ, ଉପସଭାପତି ଭାବେ ରବୀନ୍ଦ୍ରନାଥ ରଥ ଓ କିଶୋର ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ଭାବେ ହରେକୃଷ୍ଣ ପତି, ଯୁଗ୍ମ ସମ୍ପାଦକ ଭାବେ ରବିନାରାୟଣ ମହାପାତ୍ର ଓ ଲକ୍ଷ୍ମୀକାନ୍ତ ଦାଶ, ସଂଗଠନ ସମ୍ପାଦକ ଭାବେ ତପନ କୁମାର ଦାଶ, କୋଷାଧ୍ୟକ୍ଷ ଭାବେ କ୍ଷୀରୋଦ କୁମାର ପଣ୍ଡା, ଯୁବବାହିନୀ ସଭାପତି ଭାବେ ପ୍ରତାପ ଚନ୍ଦ୍ର ପାଢୀ ଓ ଯୁବବାହିନୀ ସମ୍ପାଦକ ଭାବେ ଜୀତେନ୍ଦ୍ର କୁମାର ଦାଶ, ବାର୍ତା ସମ୍ପାଦକ ଭାବେ ନୃସିଂହ ଚରଣ ତ୍ରିପାଠୀ ଓ ଚିତରଞ୍ଜନ ଦାସ, ଉପଦେଷ୍ଟା ଭାବେ ନିତ୍ୟାନନ୍ଦ ମିଶ୍ର, ଭକ୍ତବନ୍ଧୁ ମିଶ୍ର ଓ ଲକ୍ଷ୍ମୀଧର ଦୀକ୍ଷିତଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ବ୍ରାହ୍ମଣସଭା ପକ୍ଷରୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ପାଳନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି