
କେନ୍ଦ୍ରାପଡ଼ା, ୨୦ ଏପ୍ରିଲ୍(ହି.ସ.) – ମଣିଷ ଯେଉଁଦିନ ଚାଷ ଶିଖିଲା ସେହିଦିନ ଏକ ନିର୍ଦିଷ୍ଟ ଜାଗାରେ ବାସ କଲା। ଚାଷ ବାସ ରୁ ଆରମ୍ଭ ହେଲା ମାନବ ସଭ୍ୟତା ର ଇତିହାସ। ଖାଦ୍ୟ ସଂଗ୍ରହକାରି ମଣିଷ ଖାଦ୍ୟ ଉତ୍ପାଦନକାରି ରେ ପରିଣତ ହେଲା। ଯାଯାବର ଜୀବନରୁ ମଣିଷ ଏକ ସଭ୍ୟ ସଂସ୍କୃତି ସମ୍ପନ୍ନ ଜୀବନ କୁ ପ୍ରବେଶ କଲା। ଜଳର ଆବଶ୍ୟକତା କୁ ଅନୁଭବ କରି ପୃଥିବୀର ସମସ୍ତ ସଭ୍ୟତା ନଦୀକୂଳରେ ହିଁ ଗଢିଉଠିଥିଲା। ସେ ଭାରତର ପ୍ରାଚୀନ ସିନ୍ଧୁ ସଭ୍ୟତା ହେଉ କି ଚୀନର ହ୍ୟୋାଙ୍ଗ ସଭ୍ୟତା ଅବା ମିଶରର ନୀଳନଦୀ ସଭ୍ୟତା ହେଉ। ସଭ୍ୟତା ର ଆରମ୍ଭକାଳରୁ ଆଜିପର୍ଯ୍ୟନ୍ତ ମାନବ ସଭ୍ୟତା ର ଅନ୍ନଦାତା ହେଉଛନ୍ତି କୃଷକ ଭାଇ ଓ ଭଉଣୀ ମାନେ କ୍ଷ କୃଷି ଓ ପଶୁପାଳନ ସହ ମାନବ ଜାତିର ସଭ୍ୟତା ଆଗକୁ ବଢ଼ି ଆଜି ଶିଳ୍ପସଭ୍ୟତା ଯୁଗରେ ପହଂଚିଛି। କୃଷି ଓ କୃଷକର ଗୁରୁତ୍ୱ ସବୁ ଯୁଗରେ ଓ ସବୁ ସମୟରେ ରହିଛି। ଆଧୁନିକତା ପ୍ରଭାବରେ ଶିଳ୍ପ ସଭ୍ୟତା ଯୁଗରେ କୃଷି ର ଗୁରୁତ୍ୱ କମିନାହିଁ ବରଂ ବହୁ ପରିମାଣ ରେ ବଢିଛି। କୃଷି ଆଉ କୃଷକଙ୍କ ସଂମ୍ମାନର୍ଥେ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ, କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନସ୍ଥ ସାନ ଜରିଆ ଗ୍ରାମ ଠାରେ ପ୍ରଥମ କରି ଏକ କୃଷକ ମନ୍ଦିର ର ଭୂମିପୂଜନ ହୋଇଯାଇଛି। ଅକ୍ଷୟ ତୁତୀୟା ପରି ପବିତ୍ର ପରମ୍ପରା ପ୍ରତି ଓଡ଼ିଆ ପରିବାର ରେ ରହିଛି କିନ୍ତୁ ମାଟି ର ପୂଜକ କୁ ପୂଜା କରିବା ର ପରମ୍ପରା ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ଆରମ୍ଭ ହୋଇଛି କ୍ଷ ସମାଜ କୁ ଦାନା ଯୋଗାଉଥିବା କୃଷକଙ୍କ ସ୍ମୁତିରେ ଏକ ଭବ୍ୟ କୃଷକ ମନ୍ଦିର ର ଶୁଭାରମ୍ଭ ପବିତ୍ର ଅକ୍ଷୟ ତୃତୀୟା ରେ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି। ଏହି ମନ୍ଦିର କୁ ସଫଳ ରୂପାୟନ ପାଇଁ ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ, ବୋଧ ଗାଁ, ବଡ଼ଜରିଆ, ଗଙ୍ଗାରାମପୁର, ଅରଡ଼ପଲ୍ଲୀ ଓ ଅନ୍ୟ ପାଖ ପଂଚାୟତର ବହୁ ଚାଷୀ ଉପସ୍ଥିତ ରହି ଶ୍ରୀଫଳ ଭୋଗ କରିଥିଲେ। ଟ୍ରଷ୍ଟ ର ପୂଜକ ପବିତ୍ର ମୋହନ ଷଢଙ୍ଗୀଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପାଦନ ହୋଇଥିଲା କ୍ଷ ଏହି ସୁଦୀର୍ଘ କୃଷକ ମନ୍ଦିର ର ପରିକଳ୍ପନା ଓଡିଶାରେ ପ୍ରଥମ ବୋଲି ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ ସୂଚନା ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ଶିକ୍ଷାବିତ ବିଜୟ ଜେନା, ସ୍ତମ୍ଭକାର ଖିରୋଦ କର, କୃଷକ ମନ୍ଦିର ର ପରିଚାଳନା ଅଧିକାରୀ ସୁରେନ୍ଦ୍ର ପରିଡା, ଶାନ୍ତନୁ ମଲ୍ଲିକ, ଅଜୟ ସେଠୀ, ସଂଗ୍ରାମ ଦାସ, ମଳୟ ବାରିକ, ସୁନାକର ବେହେରା, ହରେକୃଷ୍ଣ ବାରିକ, ଯୁଧିଷ୍ଠିର ବାରିକ, ଦାଶରଥି ଦାସ, ଅଶୋକ ବେହେରା, କାଳନ୍ଦୀ ମଲ୍ଲିକ, ପ୍ରତାପ ନାୟକ ଓ ତପନ କୁମାର ନାଥ ପ୍ରମୁଖ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି