
ଜୟପୁର, ୨୦ ଏପ୍ରିଲ୍ (ହି.ସ.)- ସୋମବାର ଦିନ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସରକାରୀ କୃଷି ଫାର୍ମ, କୋଟପାଡ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଆନୁକୁଲ୍ୟରେ ଜିଲ୍ଲା କୃଷି ବିଭାଗ, କୋରାପୁଟ ଦ୍ବାରା ଜିଲ୍ଲା ସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଛି | ଏହି ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ, କୋଟପାଡ ରୂପୁ ଭାତ୍ରା, ଜିଲ୍ଲା ପରିଷଦ, କୋରାପୁଟ , ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ଭାତ୍ରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ନରେଶ ଚନ୍ଦ୍ର ଶବର, ସାଂସଦ, ନବରଙ୍ଗପୁରଙ୍କର ପ୍ରତିନିଧି ରୂପେ ରାମେଶ୍ବର ଜେନା, ବ୍ଲକ ଅଧ୍ୟକ୍ଷା, ଜୟପୁର, ଶ୍ରୀମତୀ ତିଳତମ୍ମା ମୁଦୁଲି, ବ୍ଲକ ଉପାଧ୍ୟକ୍ଷ, କୋଟପାଡ, ତପନ କୁମାର ପାଣିଗ୍ରାହୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୋରାପୁଟ ଭବାନୀ ଶଙ୍କର ମହାପାତ୍ର, ଏଡିଆର ଆରଆର ତିତିଏସ ଡ. ପର୍ଶୁରାମ ସିଆଲ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ଛାୟା, ଶିବ ଚରଣ ଜେଠି, ଉପ ନିର୍ଦ୍ଦେଶକ, କଫି ବୋର୍ଡ, ପ୍ରମୋଦ ବେହେରା, ନିର୍ବାହୀ ଯନ୍ତ୍ରୀ(କୃଷି), କୋରାପୁଟ, ସତ୍ୟ ନାରାୟଣ ଦାଶ, ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, କୋରାପୁଟ, ବିନୋଦ ବେହେରା, କୃଷି ପ୍ରତିନିଧି, ସୁଶାନ୍ତ ପାଣିଗ୍ରାହୀ, ଜିଲ୍ଲା କୃଷି ଅଧିକାରୀ କୋରାପୁଟ ହେମନ୍ତ କୁମାର ପଢ଼ିହାରି, ଜିଲ୍ଲା କୃଷି ଅଧିକାରୀ, ଜୟପୁର, ଲଲାଟେନ୍ଦୁ ମହାପାତ୍ର ଓ ଜିଲ୍ଲା କୃଷି ଅଧିକାରୀ, ନନ୍ଦପୁର ଶ୍ରୀମତୀ ସୁଜାତା ନିଶଙ୍କ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର କୃଷି ରଥ ଓ ଆମ ବିହନ ରଥ ଲୋକାର୍ପଣ ହେବା ସହିତ ସି ଏମ - କିଷାନ ଯୋଜନା ଅନ୍ତର୍ଗତ ଖରିଫ ଋତୁର ପ୍ରଥମ କିସ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଆଭାସି ମାଧ୍ୟମରେ କୋରାପୁଟ ଜିଲ୍ଲାରୁ ମୋଟ ହିତାଧିକାରୀ ୮୯୯୦୭ ଚାଷୀଙ୍କୁ ସର୍ବମୋଟ ୧୭ କୋଟି ୯୮ ଲକ୍ଷ ୧୪ ହଜାର ଟଙ୍କା ପ୍ରଦାନ କରାଗଲା।
ଏହି କାର୍ଯ୍ୟକ୍ରମରେ ଆମ ବିହନ ରଥ ମାଧ୍ୟମରେ ଆଜି ଠାରୁ ଷାଠିଏ ଦିନ ପର୍ଯ୍ୟନ୍ତ ଜୟପୁର ଉପଖଣ୍ଡର ବିଭିନ୍ନ ଗ୍ରାମ ଭ୍ରମଣ କରି, କୋରାପୁଟ କୃଷି ଫାର୍ମରୁ ଉତ୍ପାଦିତ ବିହନ ଯେପରି କଳା ଚମ୍ପା( ୧୫୫ ଦିନ), ସିଆର - ଧାନ ୮୦୩(୧୫୦ ଦିନ), ଏମିତିୟୁ -୧୧୫୬(୧୧୫ ଦିନ), କଳିଙ୍ଗ ଧାନ -୧୨୦୩(୧୩୫ ଦିନ ) ଏବଂ କଳିଙ୍ଗ ଧାନ ୧୨୦୫ (୧୩୦ ଦିନ) ଭଳି ଅଧିକ ଅମଳକ୍ଷମ ଓ ଉନ୍ନତ କିସମର ବିହନ ବିକ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ସ୍ଵତନ୍ତ୍ର କୃଷି ରଥ ଦ୍ବାରା ଚାଷୀ ମାନଙ୍କୁ କୃଷକ ପଞ୍ଜିକରଣ ଓ ସନ୍ତୁଳିତ ସାର ପ୍ରୟୋଗ ପାଇଁ ସଚେତନ କରାଯିବ । ପରି ଶେଷରେ ଜିଲ୍ଲା କୃଷି ଅଧିକାରୀ, ଜୟପୁର ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ୍ ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି