ବଲାଙ୍ଗିର ରିଙ୍ଗ ରୋଡ ଆଲୋକୀକରଣ କାର୍ଯ୍ୟର ଶୁଭାରମ୍ଭ
ବଲାଙ୍ଗିର, ୨୦ ଏପ୍ରିଲ୍ (ହି.ସ.)- ବଲାଙ୍ଗିର କଲେଜଛକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରୁ ଶାସ୍ତ୍ରୀ ନଗରକୁ ଯୋଗାଯୋଗ କରୁଥିବା ରିଙ୍ଗ ରୋଡର ଆଲୋକୀକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ କାଉନସିଲର ଶମ୍ଭୁ ନାଗ, ସରିତା ଦାଶ
ବଲାଙ୍ଗିର ରିଙ୍ଗ ରୋଡର ଆଲୋକୀକରଣ କାର୍ଯ୍ୟର ଶୁଭାରମ୍ଭ ଓଡିଶା


ବଲାଙ୍ଗିର, ୨୦ ଏପ୍ରିଲ୍ (ହି.ସ.)- ବଲାଙ୍ଗିର କଲେଜଛକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରୁ ଶାସ୍ତ୍ରୀ ନଗରକୁ ଯୋଗାଯୋଗ କରୁଥିବା ରିଙ୍ଗ ରୋଡର ଆଲୋକୀକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ କାଉନସିଲର ଶମ୍ଭୁ ନାଗ, ସରିତା ଦାଶ ସ୍ଥାନୀୟ କାଉନସିଲର ଶତ୍ରୁଘ୍ନ ବାଗଙ୍କ ସମେତ ସମସ୍ତ କାଉନସିଲର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପ୍ରମୁଖ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହି ରିଂଗ୍ ରୋଡ଼୍ ରେ ଆଲୋକ ବ୍ୟବସ୍ଥା ନଥିବା ଯୋଗୁଁ ରାତି ସମୟରେ ଅସାମାଜିକ ଲୋକଙ୍କ ନାନା ପ୍ରକାର ଦୌରାତ୍ମ୍ୟ ବଢ଼ି ଚାଲିଥିଲା । ତେବେ ବଲାଙ୍ଗିର ପୌର ପରିଷଦର ଏଭଳି ଆଲୋକୀକରଣ କାର୍ଯ୍ୟ ଯୋଗୁଁ ଅଂଚଳରେ ବିଶୃଙ୍ଖଳା ଦୂର ହେବ ବୋଲି କୁହାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande