ସମ୍ବଲପୁରରେ ମାଁ ବାଟମଙ୍ଗଳାଙ୍କ ଜଳାଭିଷେକ
ସମ୍ବଲପୁରରେ ମାଁ ବାଟମଙ୍ଗଳାଙ୍କ ଜଳାଭିଷେକ
ସମ୍ବଲପୁରରେ ମାଁ ବାଟମଙ୍ଗଳାଙ୍କ ଜଳାଭିଷେକ


ସମ୍ବଲପୁର, ୨୦, ଏପ୍ରିଲ୍ (ହି.ସ.) - ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ଦଲେଇପଡା ସ୍ଥିତ ମାଁ ବାଟମଙ୍ଗଳାଙ୍କ ମନ୍ଦିରରେ ନିର୍ଦ୍ଧାରିତ ନୀତି ଅନୁଯାୟୀ ଜଳସେଇ (ଜଳାଭିଷେକ) କରାଯାଇଛି। ଚଳିତ ବର୍ଷ ମନ୍ଦିର ମୁଖ୍ୟ ପୂଜକ ସୁରେଶ ଚନ୍ଦ୍ର ପଟ୍ଟନାୟକ ମଧ୍ୟାହ୍ନ ୧ ଘଟିକାରେ ମାଁ'ଙ୍କର ପୂଜାର୍ଚ୍ଚନା କରିବା ପରେ ବିଶ୍ୱାମିତ୍ର ବେରିହାଙ୍କ ପୁତ୍ର ନିଖିଲ ପ୍ରଥମେ ଜଳ ଅର୍ପଣ କରିଥିଲେ ଓ ପରେ ଭକ୍ତମାନେ ଜଳ ଅର୍ପଣ କରିଥିଲେ। ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଜଳସେଇ ହୋଇଥାଏ। ସନ୍ଧ୍ୟାରେ ମହା ଆଳତୀ ହେବା ସହିତ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଭକ୍ତ ମା'ଙ୍କର ଜଳସେଇ ଦର୍ଶନ କରିପାରିବେ । ଜଳାଭିଷେକର ପାଣିରେ ସ୍ନାନ କଲେ ବା ସେବନ କଲେ ବିଭିନ୍ନ ପ୍ରକାର ଦେହ ଖରାପ, ଜ୍ୱର ଓ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande