ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଓ ଉପାଧକ୍ଷାଙ୍କ ଶପଥ ଗ୍ରହଣ
ମାଲକାନଗିରି , ୨୦ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍
ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷଓ ଉପାଧକ୍ଷା ଙ୍କ ଶପଥ ଗ୍ରହଣ


ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷଓ ଉପାଧକ୍ଷା ଙ୍କ ଶପଥ ଗ୍ରହଣ


ମାଲକାନଗିରି , ୨୦ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର । ନିଜ ଆସନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟଳୟକୁ ପ୍ରଣାମ କଲେ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋଇଥିବା ଗଙ୍ଗା ସୋଡ଼ି । ଜିଲ୍ଲାରେ ଥିବା ଆଦିବାସୀ, ହରିଜନ ଭଳି ପଛୁଆ ବର୍ଗ ଙ୍କ ଉପରେ ଗୁରୁତ୍ୱ ଦେଇ ସେମାନଙ୍କୁ କିଭଳି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେଥି ନେଇ ଚେଷ୍ଟା କରିବେ । ଜିଲ୍ଲା ର ପଛୁଆ ବର୍ଗର ମହିଳା ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପି ଆଈ ଟି ଡ଼ି ଏ ହଳଧର ଶବରଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଳା ବିଜେପିର ରତନ ବଣିକ, ସଞ୍ଜୟ ସରକାର, ନିମାଇଁ ପାଲ୍, ମାଣିକ ଚକ୍ରବର୍ତୀ, ନବଘନ ଲୋକେଇ, ନିହାର ରାୟ ପ୍ରମୁଖ ଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ନବନିଯୁକ୍ତ ପଦାଧିକାରୀ ମାନେ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତା ଓ ସାଧାରଣ ଜନତା ସାମିଲ ହୋଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଶ୍ରୀ ସୋଡି କହିଛନ୍ତି ଯେ, ରାଜ୍ୟ ନେତୃତ୍ୱ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଶପଥ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିବି। ବିଗତ ଦୁଇ ବର୍ଷର ବିଳମ୍ବକୁ ଭରଣା କରିବା ପାଇଁ ସେ ଦୁଇ ଗୁଣା ବେଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସେହିପରି ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ କହିଛନ୍ତି ଯେ, ଆଦିବାସୀମାନଙ୍କ ବିକାଶ, ସ୍ୱାସ୍ଥ୍ୟ କାର୍ଡର ସୁବିଧା ଏବଂ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମର ପ୍ରାଥମିକତା ରହିବ। ଶୋଭାଯାତ୍ରା ସମୟରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଜିଲ୍ଲାର ଆଗାମୀ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande