ମିଳନୀ ସାହିତ୍ୟ ସଂସଦରେ ମହାକବି ଜୟଦେବ ଜୟନ୍ତୀ
କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ସୋମବାର ଅପରାହ୍ନରେ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ଵରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ଭାବିପ୍ରିୟା ସାହୁ ଙ୍କ ବେଦମନ୍ତ୍ର ପାଠ ମଧ୍ଯରେ ଅତିଥିମାନେ କେନ
Sahitya sansad


କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ସୋମବାର ଅପରାହ୍ନରେ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ଵରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ଭାବିପ୍ରିୟା ସାହୁ ଙ୍କ ବେଦମନ୍ତ୍ର ପାଠ ମଧ୍ଯରେ ଅତିଥିମାନେ କେନ୍ଦୁଝର ର ରାଷ୍ଟ୍ରଦେବତା ଶ୍ରୀ ବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାତାରିଣୀଙ୍କ ପ୍ରତିକୃତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ସାହିତ୍ୟପ୍ରାଣ କୈଳାସ ଚନ୍ଦ୍ର ନାୟକଙ୍କ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଡକ୍ଟର ଚିତ୍ତ ରଂଜନ ମିଶ୍ର ଜୟଦେବଙ୍କ କବିତ୍ଵ ସମ୍ପର୍କ ରେ ସୂଚନା ଦେଇଥିଲେ। ପଣ୍ତିତ ରଙ୍ଗାଧର ବେହେରା ଅତିଥି ବକ୍ତା ଭାବରେ ଯୋଗଦେଇ ଜୟଦେବଙ୍କ କବିତ୍ଵ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶିଷ୍ଟ କବି ସୁଧା ଦାଶ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଜୟଦେବଙ୍କ କବିତ୍ଵ ର ଉତ୍କର୍ଷ ପ୍ରତିପାଦନ କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ କବିଙ୍କର ଉତ୍କଳୀୟତା ପ୍ରତିପାଦନ କରିବା ସହିତ ଗୀତଗୋବିନ୍ଦକୁ ଭକ୍ତି, ପ୍ରୀତି ଓ ଗୀତିମୟତା ର ତ୍ରିବେଣୀ ଭାବରେ ଅଭିହିତ କରିଥିଲେ।

କବୟିତ୍ରୀ ଶ୍ରୀମତୀ ଆର୍ଯ୍ୟବାଳା ମହାପାତ୍ର ଙ୍କ ସଂଯୋଜନା ରେ ନରହରି ମିଶ୍ର, ବିରଞ୍ଚି ସାମନ୍ତରାୟ, ସୁଜିତ ମିଶ୍ର, ସୁଦ୍ରୁମା ପଣ୍ଡା, ମମତା ରାଣୀ ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ରୀତାଞ୍ଜଳି ସାହୁ, ସନ୍ତୋଷିନୀ ଦାଶ, ଡକ୍ଟର୍ ସୁମନ୍ତ୍ର ନାଏକ, କୃଷ୍ଣ ପ୍ରସାଦ ମିଶ୍ର, ସୁଭଦ୍ରା ମହାନ୍ତ, ମନ୍ଦାକିନୀ କର, ଭରତ ଚନ୍ଦ୍ର ପାତ୍ର, ଡକ୍ଟର ବିପିନ ବିହାରୀ ମହାପାତ୍ର,ତ୍ରିଲୋଚନ ଦାସ, ପ୍ରତାପ କର୍ମକାର ପ୍ରମୁଖ କବିତା ଅବୃତ୍ତି କରିଥିଲେ। ପରିଶେଷରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande