
ନୂଆଦିଲ୍ଲୀ, ୨୦ ଅପ୍ରେଲ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ରାଜସ୍ଥାନ ଗସ୍ତ କରିବେ, ଯେଉଁଠାରେ ସେ ବାଲୋତରାର ପଚପଦରା ଠାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ବିଶୋଧନାଗାର ତଥା ପେଟ୍ରୋକେମିକାଲ କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୧ ତାରିଖ ଦିନ ସକାଳ ପ୍ରାୟ ୧୧ଟା ୩୦ ମିନିଟରେ ବାଲୋତରାର ପଚପଦରା ଠାରେ ଭାରତର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ବିଶୋଧନାଗାର ତଥା ପେଟ୍ରୋକେମିକାଲ କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଭାରତର ଶକ୍ତି ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚ. ପି. ସି. ଏଲ.) ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ ଭାବେ ବିକଶିତ ହୋଇଥିବା ଏହି ବାର୍ଷିକ ୯ ନିୟୁତ ମେଟ୍ରିକ ଟନ (ଏମ୍. ଏମ୍. ଟି. ପି. ଏ.) କ୍ଷମତା ବିଶିଷ୍ଟ ଗ୍ରୀନଫିଲ୍ଡ ରିଫାଇନାରୀ ତଥା ପେଟ୍ରୋକେମିକାଲ କମ୍ପେ୍ଲକ୍ସ ୭୯,୪୫୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ