ମହିଳା ଆୟୋଗ ଏସିଡ୍ ପିଡ଼ୀତଙ୍କ ଉଦ୍ଧାର ଏବଂ ଥଇଥାନର ବ୍ୟାପକ ସୁପାରିଶ କଲେ
ନୂଆଦିଲ୍ଲୀ, ୨୦ ଏପ୍ରିଲ୍(ହି.ସ.) – ରାଷ୍ଟ୍ରୀୟ ମହିଳା ଆୟୋଗ(ଏନ୍ସିଡବ୍ଲ୍ୟୁ) ଏସିଡ୍ ଆଟାକ୍ ପୀଡ଼ିତାରମାନଙ୍କ ପାଇଁ ଦେଖାରଖା, ନ୍ୟାୟ ଏବଂ ଥଇଥାନକୁ ମଜଭୁତ ବନାଇବା ପାଇଁ ସୋମବାର ଦିନ କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରାଳୟକୁ ବ୍ୟାପକ ସୁପାରିଶ କରିଛନ୍ତି। ଏହି ସୁପାରିଶ ୧୬ ଜାନୁଆରୀ ୨୦୨୬କୁ ଆୟୋଜି
ମହିଳା ଆୟୋଗ ଏସିଡ୍ ପିଡ଼ୀତଙ୍କ ଉଦ୍ଧାର ଏବଂ ଥଇଥାନର ବ୍ୟାପକ ସୁପାରିଶ କଲେ


ନୂଆଦିଲ୍ଲୀ, ୨୦ ଏପ୍ରିଲ୍(ହି.ସ.) – ରାଷ୍ଟ୍ରୀୟ ମହିଳା ଆୟୋଗ(ଏନ୍ସିଡବ୍ଲ୍ୟୁ) ଏସିଡ୍ ଆଟାକ୍ ପୀଡ଼ିତାରମାନଙ୍କ ପାଇଁ ଦେଖାରଖା, ନ୍ୟାୟ ଏବଂ ଥଇଥାନକୁ ମଜଭୁତ ବନାଇବା ପାଇଁ ସୋମବାର ଦିନ କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରାଳୟକୁ ବ୍ୟାପକ ସୁପାରିଶ କରିଛନ୍ତି। ଏହି ସୁପାରିଶ ୧୬ ଜାନୁଆରୀ ୨୦୨୬କୁ ଆୟୋଜିତ ନବଜୀବନ : ଏସିଡ ଆଟାକ୍ ପିଡ଼ୀତଙ୍କ ପାଇଁ ଦେଖାରଖା, ନ୍ୟାୟ ଏବଂ ଗରିମା ଉପରେ ଏକ ପରାମର୍ଶ ଆଧାରରେ ପ୍ରସ୍ତୁତ କରାଯାଇଛି।

ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ରିପୋର୍ଟରେ ପୀଡ଼ିତଙ୍କ ପାଇଁ ଏକ ସମଗ୍ର ଏବଂ ସମ୍ବେଦନଶୀଳ ଢାଂଚା ପ୍ରସ୍ତାବିତ କରିଛି, ଯେଉଁଥିରେ ଚିକିତ୍ସାକୁ ନେଇ ଆଇନ୍ ସହାୟତା ଏବଂ ସାମାଜିକ ପୁନର୍ବାସ ପର୍ଯ୍ୟନ୍ତ ସମସ୍ତ ଦିଗକୁ ସାମିଲ କରାଯାଇଛି।

ଆୟୋଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ ହସ୍ପିଟାଲ୍ରେ ଗୋଲ୍ଡେନ ଆୱାର ପ୍ରୋଟୋକଲ୍ ଲାଗୁ କରିବା, ଏସିଡ୍ ଆଟାକ୍ ପୀନିତାମାନଙ୍କୁ ମୁକ୍ତ ଏବଂ ଆଜୀବନ ଚିକିତ୍ସା ଦେବା ତଥା ବିଶେଷ ଉପଚାର କେନ୍ଦ୍ର ସ୍ଥାପିତ କରିବାକୁ ସୁପାରିଶ କରିଛି। ଏହାସହ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ଏବଂ ଟେଲିମେଡିସିନ୍ ସେବାକୁ ମଧ୍ୟ ଯୋଡ଼ିବା ଉପରେ ଜୋର୍ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande