ସାଉଦି ଆରବ ଗସ୍ତରେ ଏନଏସଏ ଅଜିତ ଡୋଭାଲ : ଦ୍ଵିପାକ୍ଷିକ ସମ୍ପର୍କ, ଆଂଚଳିକ ପରିସ୍ଥିତି ଉପରେ କଲେ ଆଲୋଚନା
ନୂଆଦିଲ୍ଲୀ, ୨୦ ଅପ୍ରେଲ (ହି.ସ.)- ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବ ଗସ୍ତରେ ରବିବାର ଦିନ ରିୟାଦରେ ପହଂଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ଡଃ. ସୁହେଲ ଖାନ ଏବଂ ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଜନୈତିକ ବ୍ୟାପାର ଉପମନ୍ତ୍ରୀ ମହାମହିମ ଡଃ.
ସାଉଦି ଆରବ ଗସ୍ତରେ ଏନଏସଏ ଅଜିତ ଡୋଭାଲ : ଦ୍ଵିପାକ୍ଷିକ ସମ୍ପର୍କ, ଆଂଚଳିକ ପରିସ୍ଥିତି ଉପରେ କଲେ ଆଲୋଚନା


ନୂଆଦିଲ୍ଲୀ, ୨୦ ଅପ୍ରେଲ (ହି.ସ.)- ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବ ଗସ୍ତରେ ରବିବାର ଦିନ ରିୟାଦରେ ପହଂଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ଡଃ. ସୁହେଲ ଖାନ ଏବଂ ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଜନୈତିକ ବ୍ୟାପାର ଉପମନ୍ତ୍ରୀ ମହାମହିମ ଡଃ. ସାଉଦ ଅଲ-ସତୀ ସ୍ୱାଗତ କରିଥିଲେ ।

ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ 'ଏକ୍ସ' ରେ ସୂଚନା ଦେଇଥିଲା ଯେ, ଅଜିତ ଡୋଭାଲ ୧୯ ଅପ୍ରେଲରେ ରିୟାଦକୁ ଏକ ସରକାରୀ ଗସ୍ତ କରିଥିଲେ । ଏହାପରେ ସେ ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍ ବିନ୍ ସଲମାନ୍, ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରିନ୍ସ ଫୈଜଲ୍ ବିନ୍ ଫର୍ହାନ୍ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଡଃ. ମୁସାଏଦ୍ ଅଲ୍-ଏବାନଙ୍କୁ ଭେଟିଥିଲେ ।

ଏହି ବୈଠକରେ ଉଭୟ ପକ୍ଷ ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପଶ୍ଚିମ ଏସିଆରେ ଚାଲିଥିବା ବିବାଦ, ଆଂଚଳିକ ପରିସ୍ଥିତି ଏବଂ ପାରସ୍ପରିକ ସ୍ୱାର୍ଥ ସହିତ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande