ଏପ୍ରିଲ ୨୧ରେ ଝାରସୁଗୁଡାରେ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ କଟକଣା
ଝାରସୁଗୁଡ଼ା, ୨୦ ଏପ୍ରିଲ୍ (ହି.ସ.)- ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଆଗାମୀ ଝାରସୁଗୁଡ଼ା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଆସନ୍ତା ୨୧ ତାରିଖକୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଅଞ୍ଚଳକୁ “ନୋ
ଏପ୍ରିଲ ୨୧ରେ ଝାରସୁଗୁଡାରେ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ କଟକଣା


ଝାରସୁଗୁଡ଼ା, ୨୦ ଏପ୍ରିଲ୍ (ହି.ସ.)- ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଆଗାମୀ ଝାରସୁଗୁଡ଼ା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଆସନ୍ତା ୨୧ ତାରିଖକୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଅଞ୍ଚଳକୁ “ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଙ୍ଗ୍ ଜୋନ୍” ଭାବେ ଘୋଷଣା କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ଏହି ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଦେଶ ଜାରି କରିଛନ୍ତି।

ଏହି ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଜିଲ୍ଲାର କୌଣସି ସ୍ଥାନରେ ଡ୍ରୋନ୍ ବା କୌଣସି ପ୍ରକାରର ଆକାଶମାର୍ଗୀୟ ଯାନ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସୁରକ୍ଷା ବଳୟକୁ ଅଭେଦ୍ୟ କରିବା ପାଇଁ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ଜି. ଆର. ରାଘବେନ୍ଦ୍ରଙ୍କ ତତ୍ଵାବଧାନରେ ପୋଲିସ ବିଭାଗ ସଜାଗ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ନିୟମର ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଜିଲ୍ଲାର ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଏସପି ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande