

ଭୁବନ, ୨୦ ଅପ୍ରେଲ (ହି.ସ.)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନ ତୃତୀୟା ଜୀୟୁ ଜଗନ୍ନାଥଙ୍କ ରଥ କାଠ ଅନୁକୂଳ କରାଯାଇଛି । ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାରକାନ୍ତ ମିଶ୍ର ମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନା କରି ରଥ ନିର୍ମାଣ ସକାଶେ ରଥ କାଠ ଅନୁକୂଳ କରିଥିଲେ । ଜୟ ଜଗନ୍ନାଥ ଧ୍ୱନିରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇଥିଲା ।
ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ କୁମାର ସାହୁ, ଆଦ୍ୟ ସେବକ ରାମଚନ୍ଦ୍ର ରାଉତ, ଟ୍ରଷ୍ଟ ସଭ୍ୟ ନିରଞ୍ଜନ ଗୁରୁ,କାଳନ୍ଦି ସାହୁଙ୍କ ସମେତ ରଥ ନିର୍ମାତା (ମହାରଣା) ଓ ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ